Latest Odisha News

ଚାରି ମାସରେ ପାଖାପାଖି ୧୫ ହଜାର ପଜିଟିଭ୍ କେସ୍, ଟପ୍ ଫାଇଭ୍ ଜିଲ୍ଲାରେ ୫୯% ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢୁଛି କରୋନା ସଂକ୍ରମଣ, ମୃତ୍ୟୁ ସଂଖ୍ୟା ଓ ସୁସ୍ଥ ହାର । ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୮୯୮କୁ ବୃଦ୍ଧି ପାଇଛି । ଗତ ଚାରି ମାସ ଭିତରେ ଏତେ ସଂଖ୍ୟକ ଆକ୍ରାନ୍ତ ବାହାରିଛନ୍ତି । ମାର୍ଚ୍ଚ ୧୫ ତାରିଖରେ ରାଜ୍ରୁ ଚିହ୍ନଟ ହୋଇଥିଲେ ପ୍ରଥମ କରୋନା ଆକ୍ରାନ୍ତ । ଇଟାଲୀ ଫେରନ୍ତାଙ୍କ ରିପୋର୍ଟ ପଜିଟିଭ୍ ବାହାରିଥିଲା ।
ମାସେ ଭିତରେ ୧୦୭୩୫ ନୂଆ ଆକ୍ରାନ୍ତ
ଜୁନ୍ ୧୫ ତାରିଖ ସୁଦ୍ଧା ଓଡ଼ିଶାରେ ଭୂତାଣୁ ସଂକ୍ରମିତ ହୋଇଥିଲେ ୪ ହଜାର ୧୬୩ ଜଣ । ମାର୍ଚ୍ଚରୁ ଜୁନ୍ ତିନି ମାସରେ ୪ ହଜାର କେସ୍ ବାହାରିଥିଲା । କିନ୍ତୁ ଜୁନ୍ ୧୫ରୁ ଆଜି ସୁଦ୍ଧା ଚିହ୍ନଟ ହୋଇଛନ୍ତି ୧୦ ହଜାର ୭୩୫ ନୂଆ ଆକ୍ରନ୍ତ । ସଂକ୍ରମଣ ୭୨ ପ୍ରତିଶତ ବଢ଼ିଛି ।

ଫୋକସ୍ ଟପ୍ ଫାଇଭ୍ ଜିଲ୍ଲା
ରାଜ୍ୟ ପାଇଁ ଟେନସନ୍ ଅଧିକ ସଂକ୍ରମିତ ଟପ୍ ଫାଇଭ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । କରୋନା ମୁକାବିଲାରେ ସେସବୁ ଜିଲ୍ଲାକୁ ଫୋକସରେ ରଖିଛନ୍ତି ସରକାର । ପାଞ୍ଚଟି ଜିଲ୍ଲା ଗଞ୍ଜାମ (୪୬୨୧), ଖୋର୍ଦ୍ଧା (୧୫୩୦) କଟକ(୧୦୭୬), ଯାଜପୁର(୯୧୯) ଓ ସୁନ୍ଦରଗଡ଼ (୭୪୦) ଜିଲ୍ଲାରେ ମୋଟ୍ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ୮୮୬ । ରାଜ୍ୟର ମୋଟ୍ ପଜିଟିଭ୍ କେସର ୫୯ ପ୍ରତିଶତ କେବଳ ପାଞ୍ଚଟି ଜିଲ୍ଲାର ଭୂତାଣୁ ସଂକ୍ରମିତ ।
ସେହିପରି ରାଜ୍ୟ ତୁଳନାରେ ପାଞ୍ଚଟି ଜିଲ୍ଲାରେ ଅଧିକ ଆକ୍ଟିଭ୍ କେସ୍ ରହିଛି । ରାଜ୍ୟରେ ମୋଟ୍ ୪ ହଜାର ୯୩୩ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି । କିନ୍ତୁ ଟପ୍ ଫାଇଭ୍ ଜିଲ୍ଲା ଗଞ୍ଜାମ(୧୮୭୧), ଖୋର୍ଦ୍ଧା (୫୩୯), କଟକ(୨୭୪), ଯାଜପୁର (୩୫୧) ଓ ସୁନ୍ଦରଗଡ଼ରେ (୨୮୪) ଆକ୍ଟିଭ୍ କେସ୍ ସଂଖ୍ୟା ୩ ହଜାର ୨୯୨ । ରାଜ୍ୟର ସକ୍ରିୟ ଭୂତାଣୁ ସଂକ୍ରମିତଙ୍କ ୬୬ ପ୍ରତିଶତ କେବଳ ପାଞ୍ଚଟି ଜିଲ୍ଲାରୁ ଅଛନ୍ତି ।
କେମିତି ବଢ଼ିଥିଲା ସଂକ୍ରମଣ ?
ବିଦେଶ ଫେରନ୍ତାଙ୍କ ପାଇଁ ପ୍ରଥମ ପର‌୍ୟ୍ୟାପରେ ରାଜ୍ୟରେ ବଢ଼ିଥିଲା ସଂକ୍ରମଣ । ପରେ ଦିଲ୍ଲୀ ନିଜାମୁଦ୍ଦିନ୍ ଲିଙ୍କ ଓ କୋଲକାତା ଫେରନ୍ତାଙ୍କ ରିପୋର୍ଟ ଆସିଥିଲା ପଜିଟିଭ୍ । ଚତୁର୍ଥ ପର୍ଯ୍ୟାୟକ୍ରମେ ପ୍ରବାସୀ ଫେରିବା ପରେ ରାଜ୍ୟରେ ସଂକ୍ରମଣ ହାର ବଢ଼ିଥିଲା । ଅଧିକାଂଶ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଚିହ୍ନଟ ହେଉଥିଲେ। ଏବେ ସାମନାକୁ ଆସୁଛି ଲୋକାଲ୍ କଣ୍ଟାକ୍ଟ କେସ୍ ।

 

BjdElectrycity
Leave A Reply

Your email address will not be published.