Latest Odisha News

BREAKING NEWS

ପ୍ରକାଶ ପାଇଲା ସୂଚୀ, ଜୁଲାଇ ୧ରୁ ୧୫ରେ ହେବ ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା

ନୂଆଦିଲ୍ଲୀ: ପ୍ରକାଶ ପାଇଛି ସିବିଏସ୍‌ଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ସୂଚୀ । ଦ୍ୱାଦଶ ପରୀକ୍ଷା ୧ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ହେବ । ଏହାସହ ଜୁଲାଇ୧, ୨, ୧୦ ଏବଂ ୧୫ ତାରିଖରେ ଉତ୍ତର ପୂର୍ବ ଦିଲ୍ଲୀର ଦଶମ ଶ୍ରେଣୀ ଛାତ୍ରଙ୍କ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ଆୟୋଜିତ ହେବ । କରୋନା ଯୋଗୁଁ ଏହି ପରୀକ୍ଷାକୁ ମଝିରୁ ବାତିଲ କରାଯାଇଥିଲା । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ଆଜି ଏନେଇ ଡେଟ୍ ସିଟ୍ ଜାରି କରିଛନ୍ତି ।

ପୂର୍ବରୁ ଲକଡାଉନ୍ ୨.୦ ବେଳେ ସିବିଏସଇର ଦଶମ ପରୀକ୍ଷା ହେବ ନାହିଁ ବୋଲି ବୋର୍ଡ ପକ୍ଷରୁ ଘୋଷଣା କରାଯାଇଥିଲା । ଦ୍ୱାଦଶ ବୋର୍ଡର ବଳକା ପରୀକ୍ଷାରେ ୨୯ଟି ମୁଖ୍ୟ ବିଷୟରେ ପରୀକ୍ଷା ହେବ । ଦେଶରେ ଦଶମ ପରୀକ୍ଷା ହେବ ନାହିଁ । କେବଳ ନର୍ଥ ଇଷ୍ଟ ଦିଲ୍ଲୀର ଛାତ୍ରଙ୍କ ପାଇଁ ଦଶମ ଶ୍ରେଣୀ ପରୀକ୍ଷା ହେବ ବୋଲି ପୂର୍ବରୁ ସିବିଏସଇ ସ୍ପଷ୍ଟ କରିଦେଇଥିଲା । ଅନ୍ୟପକ୍ଷରେ ଯେଉଁ ସବୁ ବିଷୟର ପରୀକ୍ଷା ହୋଇସାରିଛି ତାହାର ମୁଲ୍ୟାଙ୍କନ ସିବିଏସଇ ଆରମ୍ଭ କରିଛି ।

Leave A Reply

Your email address will not be published.