Latest Odisha News

BREAKING NEWS

ରାଜ୍ୟରେ ବଳବତ୍ତର ରହିବ ୧୨ ଘଂଟିଆ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିବ ୧୨ ଘଂଟିଆ କର୍ଫ୍ୟୁ । ଲକଡାଉନ୍‌-୪ରେ ମଧ୍ୟ ସନ୍ଧ୍ୟା ୭ଟାରୁ ସକାଳ ୭ଟା ଯାଏଁ ୧୪୪ ଧାରା ଜାରି ରହିବ । ଆସନ୍ତା ମେ’ ୩୧ ଯାଏଁ ଏହି କର୍ଫ୍ୟୁ ବଳବତ୍ତର ରହିବ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ଏହି ସମୟରେ ଘରୁ ବାହାରିବା ଉପରେ କଟକଣା ଲଗାଯାଇଛି । ଆବଶ୍ୟକ ନଥିଲେ କେହି ଘରୁ ବାହାରି ପାରିବେ ନାହିଁ । ଯଦି ଅଣଜରୁରୀ କାମରେ କେହି ବାହାରକୁ ବାହାରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର କହିଛନ୍ତି ।

ଲକଡାଉନ-୩ରେ ମଧ୍ୟ ୧୨ ଘଂଟିଆ କର୍ଫ୍ୟୁ ଲାଗୁ ହୋଇଥିଲା । ତେବେ ଚତୁର୍ଥ ପର୍ଯ୍ୟାୟ ତାଲାବନ୍ଦରେ ମଧ୍ୟ ଏହି କଟକଣା ଜାରି ରହିବ । ଏନେଇ କମିଶନରେଟ ପୋଲିସ ସୂଚନା ଦେଇଛିି ।

Leave A Reply

Your email address will not be published.