Latest Odisha News

ଆସନ୍ତାକାଲି ହୋଇପାରେ ସିବିଏସ୍‌ଇ ପରୀକ୍ଷାର ତାରିଖ ଘୋଷଣା !

 

ନୂଆଦିଲ୍ଲୀ-କରୋନା ପାଇଁ ଏ ବର୍ଷ ସ୍କୁଲ କଲେଜରେ ପାଠପଢା ହୋଇ ନାହିଁ । କେବେ ସ୍କୁଲ କଲେଜ ଖୋଲିବ, ତାହା ମଧ୍ୟ ଠିକ୍‌ରେ ଜଣାପଡୁନି । ତେଣୁ ପରୀକ୍ଷା କେମିତି ହେବ ତାକୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ ଓ ଅଭିଭାବକ । ବିଶେଷ କରି ଚଳିତ ଶିକ୍ଷା ବର୍ଷରେ ୨୦୨୧ରେ ଯେଉଁ ପିଲାମାନେ ଦଶମ ଓ ଦ୍ୱାଦଶର ପରୀକ୍ଷା ଦେବେ, ସେମାନେ ବହୁତ ଦ୍ୱନ୍ଦ୍ୱରେ ଅଛନ୍ତି । ଏହି ଅନିଶ୍ଚିତତାକୁ ଦୂର କରି ଆସନ୍ତାକାଲି ସିବିଏସ୍‌ଇ ପରୀକ୍ଷା ନେଇ ଆଲୋଚନା କରାଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅନୁରୋଧକୁ ଗ୍ରହଣ କରି ଖୁବ ଶୀଘ୍ର ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି । ଏହା ସହିତ ବର୍ତ୍ତମାନ ଅନ୍‌ଲାଇନ୍ ପରୀକ୍ଷା ସଂପର୍କରେ ବିଚାର କରାଯାଉନଥିବା ସେ ସ୍ପଷ୍ଟ କରିଛନ୍ତି ।

Leave A Reply

Your email address will not be published.