ନୂଆଦିଲ୍ଲୀ-ବ୍ରିଟେନରେ ଯେଉଁ ନୂଆ ଷ୍ଟ୍ରେନ୍ର କରୋନା ଭୂତାଣୁ ଚିହ୍ନଟ ହୋଇଛି, ସେଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି ।
ତେବେ କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତି ଏହି ନୂଆ ପ୍ରକାରର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି, ଆସନ୍ତୁ ଜାଣିବା ।
କର୍ଣ୍ଣାଟକ-ନୂଆ ‘ବ୍ରିଟେନ ଷ୍ଟ୍ରେନ୍’ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଦେଶର ମୋଟ ୨୦ ଜଣଙ୍କୁ ମଧ୍ୟରୁ ୭ ଜଣ କେବଳ କର୍ଣ୍ଣାଟକର । ଆଗରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୪ ଜଣ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ଶିବମୋଗା ଜିଲ୍ଲାର । ଏମାନଙ୍କର ପରିବାର କିଛି ଦିନ ତଳେ ବ୍ରିଟେନରୁ ଫେରିଥିଲେ ।
ଦିଲ୍ଲୀରେ ନୂଆ ଷ୍ଟ୍ରେନ୍ର କରୋନା ଭୂତାଣୁ ଦ୍ୱାରା ୪ ଜଣ ସଂକ୍ରମିତ ହୋଇଛନ୍ତି । ଆଜି ସମସ୍ତେ ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ସମସ୍ତଙ୍କୁ ଲୋକ ନାୟକ ହସପିଟାଲରେ ଅଲଗା ଅଲଗା ଭାବେ ଆଇସୋଲେସନରେ ରଖା ଯାଇଛି । କାହାରି ମଧ୍ୟ କୋଭିଡ ଲକ୍ଷଣ ନାହିଁ ଓ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ।
ସେହିପରି ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଜଣେ ଜଣେ ନୂଆ ଷ୍ଟ୍ରେନ୍ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ କିଛି ଦିନ ତଳେ ବ୍ରିଟେନରୁ ଫେରିଥିଲେ ।
ଉତ୍ତରପ୍ରଦେଶର ଜଣେ ୨ ବର୍ଷର ଶିଶୁ ମଧ୍ୟ ନୂଆ କରୋନା ଭୂତାଣୁରେ ସଂକ୍ରମିତ । ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ମଧ୍ୟ ଏହି କରୋନା ଭୂତାଣୁର ଶିକାର ହୋଇଛନ୍ତି । ସେ କିଛି ଦିନ ତଳେ ଲଣ୍ଡନରୁ ଫେରିଥିଲେ ।
BREAKING NEWS
- ଭାରତ – ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ନ୍ୟୁଜିଲାଣ୍ଡ ସଂସଦର ମଞ୍ଜୁରୀ
- ଏସିଆନ ଗେମ୍ସ ସ୍ୱର୍ଣ୍ଣ ଜିତି ଇତିହାସ ରଚିବା ଏବେ ଦଳର ମୂଳ ଲକ୍ଷ୍ୟ: ସୋଏର୍ଡ ମାରିଜ୍ନେ
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା
- ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ

Comments are closed.