Latest Odisha News

BREAKING NEWS

ବେବି ବମ୍ପ ସହ ମ୍ୟାଗାଜିନ ପାଇଁ ଫଟୋ ସୁଟ କଲେ ଅନୁଷ୍କା

ମୁମ୍ବାଇ: କ୍ରିକେଟର ବିରାଟ କୋହଲିଙ୍କ ପତ୍ନୀ ତଥା ବଲିଉଡର ସଫଳ ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଏହି ଅବସରରେ ବୁଧବାର ସେ ଭୋଗ ଇଣ୍ଡିଆ ମ୍ୟାଗାଜିନ ପାଇଁ ବେବି ବମ୍ପ ସହ ଫଟୋ ସୁଟ କରିଛନ୍ତି । ପତ୍ରିକାର ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛି । ଯାହା କି ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି ।

ଏହି ଅବସରରେ ଏକ ସାକ୍ଷାତକାରରେ ସେ କହିଛନ୍ତି, କରୋନା ମୋ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । ନିଜ ସନ୍ତାନକୁ ପିଲା ବେଳୁ ସବୁ ବିଷୟରେ ଜାଣିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଦେଇଛି । ଅନୁଷ୍କାଙ୍କ ପ୍ରଶଂସକମାନେ ତାଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ଦେଉଥିବା ସେ କହିଛନ୍ତି । କୋହଲି ଇତି ମଧ୍ୟରେ ଅନୁଷ୍କାଙ୍କୁ ମାନସିକ ସ୍ତରରେ ସହଯୋଗ କରିବା ଅଷ୍ଟ୍ରେଲିଆ ଗସ୍ତ ଅଧାରୁ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି ।

Leave A Reply

Your email address will not be published.