ନୂଆଦିଲ୍ଲୀ: ସେଣ୍ଟ୍ରାଲ୍ ବୋର୍ଡ଼ ଅଫ ସେକେଣ୍ଡାରୀ ଏଡୁକେସନ (ସିବିଏସଇ) ‘୨୦୧୯ ସିବିଏସଇ ମେରିଟ୍ ସ୍କଲାରଶିପ କାର୍ଯ୍ୟକ୍ରମ’ ଆରମ୍ଭ କରିବାକୁ ଯାଉଛି । ଉଚ୍ଚତର ଶିକ୍ଷା ବ୍ୟବସ୍ଥାରେ ଯେଉଁମାନେ ଏକମାତ୍ର ଶିଶୁକନ୍ୟା ସେମାନଙ୍କୁ ବୃତ୍ତି ପ୍ରଦାନ କରାଯିବ ।
ଯେଉଁ ଅଭିଭାବକମାନଙ୍କର ଏକମାତ୍ର ଶିଶୁକନ୍ୟା ସନ୍ତାନ ସେହିମାନେ ହିଁ ଏହି ସ୍କଲାରଶିପ୍ ସୁବିଧା ପାଇପାରିବେ ।
ଯୋଗ୍ୟତା:
ଯେଉଁ ଛାତ୍ରୀ ପରିବାରରେ ଏକମାତ୍ର କନ୍ୟା ସନ୍ତାନ ହୋଇଥିବେ ଏବଂ ସିବିଏସଇ ବୋର୍ଡ଼ ଦଶମ ପରୀକ୍ଷାରେ ୬୦ ପ୍ରତିଶତ ମାର୍କ ରଖିଥିବେ ସେହି ଛାତ୍ରୀମାନେ ଏହି ସ୍କଲାରଶିପ ସୁବିଧା ପାଇପାରିବେ ।
ସିବିଏସଇ ପାଟର୍ଣ୍ଣ ଥିବା ସେହି ବିଦ୍ୟାଳୟରେ ଛାତ୍ରୀ ଜଣକ ପଢୁଥିବା ସହିତ ଏହି ସ୍କିମ ଲାଗି ଆବେଦନ କରିପାରିବେ । ସେହି ବିଦ୍ୟାଳୟରେ ଟ୍ୟୁସନ ଫି ୧,୫୦୦ ଟଙ୍କାରୁ ଅଧିକ ହୋଇନଥିବ ।
ସ୍କଲାରଶିପ:
ଏହି ସ୍କଲାରଶିପ ଅନୁଯାୟୀ, ଛାତ୍ରୀମାନେ ମାସିକ ୫୦୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇପାରିବେ । ଛାତ୍ରୀମାନେ ଅକ୍ଟୋବର ୧୮ ସୁଦ୍ଧା ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ସେହିପରି ହାର୍ଡ଼କପି ମାଧ୍ୟମରେ ଛାତ୍ରୀମାନେ ନଭେମ୍ବର ସୁଦ୍ଧା ଆବେଦନ କରିପାରିବେ ।
Comments are closed.