Latest Odisha News

BREAKING NEWS

ଆଗାମୀ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

BjdElectrycity

ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରୁ ପଶ୍ଚିମବଙ୍ଗର ପଶ୍ଚିମ-ମଧ୍ୟ ପଟେ ସାଇକ୍ଲୋନିକ୍ ସର୍କୁଲେସନ୍ ଏବେ ପଶ୍ଚିମ-ପଶ୍ଚିମ ବଙ୍ଗରୁ ଦକ୍ଷିଣ-ପଶ୍ଚିମ ବଙ୍ଗ ଦେଇ ଉତ୍ତର ତାମିଲନାଡୁ ଉପକୂଳରୁ ଦକ୍ଷିଣ-ପଶ୍ଚିମ ଦେଇ ଗତି କରୁଛି ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ପ୍ରବଳ ବର୍ଷାର ଆଶଙ୍କା ରହିଥିବା ବେଳେ ଏହା ଆଗାମୀ ସେପ୍ଟମ୍ବର ୨୭ ତାରିଖ ଯାଏଁ ଜାରି ରହିବ।

ଜଳବାୟୁ ପରିସ୍ଥିତିକୁ ନଜରରେ ରଖି ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେପ୍ଟେମ୍ବର୨୪ (ୟେଲୋ ୱାର୍ଣ୍ଣିଂ)

କେନ୍ଦ୍ରାପଡା, ଭଦ୍ରକ, ପୁରୀ, ଜଗତସିଂହପୁର ଏବଂ ଖୋର୍ଦ୍ଧା ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ।

ସେପ୍ଟେମ୍ବର ୨୫ (ଅରେଞ୍ଜ ୱାର୍ଣ୍ଣିଂ)

ମୟୂରଭଞ୍ଜ, କେନ୍ଦୁଝର,ଯାଜପୁର, ଭଦ୍ରକ ଓ ଢେଙ୍କାନାଳ

(ୟେଲୋ ୱାର୍ଣ୍ଣିଂ)

କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା ଏବଂ ଗଞ୍ଜାମ

ସେପ୍ଟେମ୍ବର ୨୬ (ୟେଲୋ ୱାର୍ଣ୍ଣିଂ)

ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ନୂଆପଡା, ନବରଙ୍ଗପୁର ଓ ବରଗଡ

ସେପ୍ଟେମ୍ବର ୨୭ (ୟେଲୋ ୱାର୍ଣ୍ଣିଂ)

ସୁନ୍ଦରଗଡ, କେନ୍ଦୁଝର ଓ ଗଜପତି

Leave A Reply

Your email address will not be published.