Latest Odisha News

BREAKING NEWS

ବର୍ଷକୁ ଦୁଇଥର ବୋର୍ଡ ପରୀକ୍ଷା କରିବ ସିବିଏସଇ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ପରୀକ୍ଷାର ଢାଞ୍ଚାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୫-୨୬ ଶିକ୍ଷାବର୍ଷରୁ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଉଚ୍ଚସ୍ତରୀୟ ବୈଠକରେ ସିବିଏସଇ ଗ୍ଲୋବାଲ ସ୍କୁଲର ଅଧିକାରୀ ଏବଂ ପ୍ରତିନିଧିମାନେ ସାମିଲ ଥିଲେ।ଏନେଇ ସ୍କୁଲ ସଚିବ, ସିବିଏସଇ ଅଧ୍ୟକ୍ଷ, ମନ୍ତ୍ରଣାଳୟ ଓ ସିବିଏସଇର ଅନ୍ୟ ଅଧିକାରୀଙ୍କ ସହ ବିସ୍ତୃତ ବିଚାର ବିମର୍ଶ କରାଯାଇଛି।

ଖୁବଶୀଘ୍ର ଏକ ଡ୍ରାଫ୍ଟ ଜାରି କରାଯିବା ସହ ଏନେଇ ଲୋକଙ୍କ ଠାରୁ ମତାମତ ମଧ୍ଯ ଗ୍ରହଣ କରାଯିବ। ତେବେ ଆସନ୍ତା ଏପ୍ରିଲରୁ ସିବିଏସଇ ବୋର୍ଡର ନୂତନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ସିବିଏସଇ ୧୦ମ ଏବଂ ୧୨ଶ ବୋର୍ଡ ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହୋଇଥିଲା ବେଳେ ଏପ୍ରିଲ ୪ରେ ସରିବ ।

Comments are closed.