Latest Odisha News

BREAKING NEWS

ଆଜି ଦିନ ୨ଟାରେ ବାହାରିବ CBSE ଦ୍ୱାଦଶ ରେଜଲ୍ଟ, ଏମିତି ଜାଣିବେ ଫଳାଫଳ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳ । ଦିନ ୨ଟାରେ ରେଜଲ୍ଟ ବାହାରିବ । ଏନେଇ ସିବିଏସଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଫଳାଫଳ ଘୋଷଣା ପରେ ଛାତ୍ରଛାତ୍ରୀ cbseresults.nic.in ଓ୍ୱେବସାଇଟରୁ ନିଜ ନିଜ ରେଜଲ୍ଟ ଦେଖିପାରିବେ । ରୋଲ୍ ନମ୍ୱର ଜରିଆରେ ନିଜ ନିଜ ପରୀକ୍ଷାଫଳ ଓ୍ୱେବସାଇଟରୁ ଜାଣି ପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ଅପେକ୍ଷାରେ ଅଛନ୍ତି ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ।

ଚଳିତବର୍ଷ କରୋନା ଯୋଗୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିଥିଲେ ସରକାର । ରେଜଲ୍ଟ ଇଣ୍ଟରନାଲ୍ ମାର୍କିଂ ଆଧାରରେ ଫଳାଫଳ ପ୍ରସ୍ତୁତ କରାଯାଇଛି । ଜୁଲାଇ ୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରିବା ପାଇଁ ଡେଡଲାଇନ୍ ଦେଇଥିଲେ ସୁପ୍ରିମକୋର୍ଟ । ତାପୂର୍ବରୁ ଫଳାଫଳ ଘୋଷଣା କରୁଛି ସିବିଏସଇ ବୋର୍ଡ ।

Comments are closed.