Latest Odisha News

BREAKING NEWS

ମହିଳା ହକି: ଆୟର୍ଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବୀତ ରଖିଲା ଭାରତ

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତୀୟ ମହିଳା ହକି ଦଳ ଆଜି ଚମତ୍କାର ପ୍ରଦର୍ଶନ କରି ଆୟର୍ଲାଣ୍ଡକୁ ୧-୦ ଗୋଲରେ ପରାସ୍ତ କରିଛି । ଏଥିସହ ଭାରତ କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବୀତ ରଖିଛି । ଭାରତ ତାର ପରବର୍ତୀ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ । ରାନୀ ରାମପଲ ନେତୃତ୍ୱାଧୀନ ଭାରତୀୟ ଦଳ ପକ୍ଷରୁ ବିଜୟସୂଚକ ଏକମାତ୍ର ଗୋଲଟି ନବନୀତ କୌର ସ୍କୋର କରିଥିଲେ । ଏହି ସଂଘର୍ଷପୂର୍ଣ୍ଣ ମୁକାବିଲାର ପ୍ରଥମାର୍ଦ୍ଧ ଗୋଲ ଶୂନ୍ୟ ରହିଥିଲା ।

BjdElectrycity

୪ର୍ଥ କ୍ୱାର୍ଟରରେ ନବନୀତ ଗୋଲ ସ୍କୋର କରିଥିଲେ । ଏହା ପରେ ଭାରତୀୟ ଟିମର ରକ୍ଷପନ୍ଥୀ ଆୟର୍ଲାଣ୍ଡକୁ ଗୋଲ କରିବା ପାଇଁ କୌଣସି ସୁଯୋଗ ଦେଇ ନ ଥିଲେ । ଆୟର୍ଲାଣ୍ଡ ତାର ପରବର୍ତୀ ମୁକାବିଲାରେ ଶକ୍ତିଶାଳୀ ଗ୍ରେଟ ବ୍ରିଟେନକୁ ଭେଟିବ । ଯଦି ଆୟର୍ଲାଣ୍ଡ ଏହି ମ୍ୟାଚ ହାରିଯାଏ ଏବଂ ଭାରତ ଦକ୍ଷିଣ ଆଫ୍ରିକାକୁ ହରାଇ ଦିଏ ତାହାହେଲେ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହେବ ।

Leave A Reply

Your email address will not be published.