Latest Odisha News

ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କୁ ପ୍ରଶିକ୍ଷଣ ଦେବ ସିବିଏସଇ

ନୂଆଦିଲ୍ଲୀ: ଆସନ୍ତା ଜୁନ ୧୫ ତାରିଖ ରୁ ଦିକ୍ଷା ପ୍ଲାଟଫର୍ମ ମାଧ୍ୟମରେ ଶିକ୍ଷକଙ୍କ କ୍ଷମତା ବୃଦ୍ଧି ନିମିତ୍ତ ଅନଲାଇନ ପ୍ରଶିକ୍ଷଣ ଦେବ ଦ ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ।

ସିବିଏସଇ ର ଏହି ପ୍ରଶିକ୍ଷଣରେ ଅନେକ ମାନୁଏଲ ସାଙ୍ଗକୁ ଏନସିଆରଟି ର ନିଷ୍ଠା ମୋଡ୍ୟୁଲ ଗୁଡିକୁ ସ୍ଥାନ ଦିଆଯାଇଛି । ବର୍ତ୍ତମାନ “ପେଡାଲୋଜି ଅଫ୍ ଏନଭାଇରନମେଣ୍ଟ ଷ୍ଟଡିଜ” ଏବଂ “ହେଲ୍‌ଥ ଆଣ୍ଡ ୱେଲବିଙ୍ଗ ଇନ ସ୍କୁଲ” ଭଳି ଦୁଇଟି କୋର୍ସ ରହିଛି । ତତ୍‌ସହିତ “ପେଡାଲୋଜି ଅଫ୍ ଲାଙ୍ଗୁଏଜ” , “ଲର୍ଣ୍ଣି ଆଉଟକମ ଆଣ୍ଡ ପେଡାଲୋଜି ଏବଂ “ପେଡାଲୋଜି ଅଫ୍ ମ୍ୟାଥମେଟିକ୍ସ ଭଳି କୋର୍ସ ଆଗକୁ ଲଞ୍ଚ କରିବାକୁ ସିବିଏସସ ଯୋଜନା କରିଛି ।

କୋର୍ସର ସମାପନ ପରେ ଶିକ୍ଷକଙ୍କ ପାଇଁ ଡିଜିଟାଲ ସାର୍ଟିପିକେଟର ବ୍ୟବସ୍ଥା କରାଯାଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଆଗ୍ରହୀ ଶିକ୍ଷକ ମାନେ ଦିକ୍ଷା ପୋର୍ଟାଲ ମାଧ୍ୟମରେ ନିଜକୁ ରେଜିଷ୍ଟର କରିବା ସହ ନିଜ ସ୍ମାର୍ଟ ଫୋନ ଓ ଲ୍ୟାପଟପ ଦ୍ୱାରା ଏହି ପ୍ରଶିକ୍ଷଣ ରେ ଯୋଗ ଦେଇପାରିବେ ।

Leave A Reply

Your email address will not be published.