Latest Odisha News

BREAKING NEWS

କିଆବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ

ଗଞ୍ଜାମ: ପୁଣି ଆଲୋଡା ହେଲା ନବଜାତ । ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ ।

ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ବ୍ୟାଙ୍କ କଲୋନୀ ପଛସାହି ଆଇଟିଆଇ ନିକଟ ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଛତ୍ରପୁର ସହରର ଦାଶରଥୀ ପଟ୍ଟନାୟକ ଙ୍କ ପରିବାର ସବୁଦିନେ ଫୁଲ ତୋଳିବାକୁ ଯାଉଥିବା ବେଳେ ଆଜି ତାଙ୍କ ଝିଅ ଫୁଲ ତୋଳିବା ବେଳେ ଶୁଣିବାକୁ ପାଇଥିଲେ ଏକ ଶିଶୁର କ୍ରନ୍ଦନ ।

ନବଜାତ ଶିଶୁଟି କାନ୍ଦୁଥିବା ଦେଖି ତାକୁ ଉଦ୍ଧାର କରି ସେ ଚିକିତ୍ସା ପାଇଁ ଛତ୍ରପୁର ମେଡ଼ିକାଲକୁ ନେଇଥିଲେ । ଖବର ପାଇ ଛତ୍ରପୁର ସିଡିପିଓ କ୍ରୀଷ୍ଣ ନନ୍ଦ ପହଞ୍ଚି ଶିଶୁର ସ୍ୱାସ୍ଥ୍ୟଵସ୍ଥା ପଚାରିବୁଝିଥିଲେ । ଚାଇଲ୍ଡ ହେଲ୍ପ ଲାଇନର ତପେଇ ସାହୁ, ଏନ.ପ୍ରକାଶ ପହଁଚି ଅଧିକ ଚିକିତ୍ସାପାଇଁ ବ୍ରହ୍ମପୁର ମେଡ଼ିକାଲ ନେଇଥିବା ଦେଖାଯାଇଛି ।

Leave A Reply

Your email address will not be published.