Latest Odisha News

BREAKING NEWS

Naxal Surrender:ରାମଧେରଙ୍କ ସମେତ ଆତ୍ମସମର୍ପଣ କଲେ ୫୦ ନକ୍ସଲ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ଉତ୍ତର ବସ୍ତର ଅଞ୍ଚଳରେ ସକ୍ରିୟ ସିସି ସଦସ୍ୟ ରାମଧେର ୫୦ ଜଣ ନକ୍ସଲ ସାଥୀଙ୍କ ସହ ଆତ୍ମସମର୍ପଣ କରିଛନ୍ତି। ମହଲା ଶିବିରରେ ଏହି ଆତ୍ମସମର୍ପଣ କରାଯାଇଥିଲା। ରାମଧେର ନାମରେ ସରକାର ୫୦ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ।

ବୁଧବାର ଦିନ ୩୨ ଜଣ ମହିଳା ସମେତ ମୋଟ ୫୦ ଜଣ ନକ୍ସଲ ପୋଲିସ ଏବଂ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ କରିଛନ୍ତି। କୋୟାଲିବେଡା ପୋଲିସ ଷ୍ଟେସନ ଅଞ୍ଚଳ ଅନ୍ତର୍ଗତ ବିଏସଏଫର ୪୦ତମ ବାଟାଲିୟନର କାମଟେରା କ୍ୟାମ୍ପରେ ଏହି ସାମୂହିକ ଆତ୍ମସମର୍ପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ ବରିଷ୍ଠ ମାଓବାଦୀ କମାଣ୍ଡର ରାଜମାନ ମଣ୍ଡାଭି ଏବଂ ରାଜୁ ସଲାମ।

ପୋଲିସ ଏବଂ ପ୍ରଶାସନ କହିଛି ଯେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କଠାରୁ ରାଇଫଲ୍, ଦେଶୀ ନିର୍ମିତ ବନ୍ଧୁକ ଏବଂ ବିସ୍ଫୋରକ ସମେତ ମୋଟ ୩୯ଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି।

ଏହାପୂର୍ବରୁ ଅକ୍ଟୋବର ୧୭ ତାରିଖରେ ବସ୍ତର ପୋଲିସ ଲାଇନ୍ ପଡ଼ିଆରେ ୨୧୦ ଜଣ ନକ୍ସଲ ସାମୂହିକ ଆତ୍ମସମର୍ପଣ କରିଥିଲେ।

ରାଜ୍ୟ ସରକାର ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ପୁନର୍ବାସ ନୀତି ଅନୁଯାୟୀ ସୁରକ୍ଷା, ନିଯୁକ୍ତି ଏବଂ ଏକ ମର୍ଯ୍ୟାଦାଜନକ ଜୀବନ ଯୋଗାଇ ଦିଆଯିବ।

 

 

Comments are closed.