ନୂଆଦିଲ୍ଲୀ: ଯଦି ଆପଣ ଆଇନ୍, ଅର୍ଥନୀତି କିମ୍ବା ଆଇଟି କ୍ଷେତ୍ରରେ ଚାକିରି ଖୋଜୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଗୁରୁତ୍ୱପୂର୍ଣ୍ଣ । ଭାରତୀୟ ପ୍ରତିଯୋଗିତା ଆୟୋଗ (ସିସିଆଇ) ୟଙ୍ଗ୍ ପ୍ରଫେସନାଲ୍ ପଦବୀଗୁଡ଼ିକ ପାଇଁ ଭର୍ତ୍ତି ପାଇଁ ଅଧିକାରିକ ବିଜ୍ଞପ୍ତି ଜାରି କରିଛି । ଆୟୋଗ ଏହି ଭର୍ତ୍ତି ମାଧ୍ୟମରେ ପ୍ରତିଭାବାନ୍ ଓ ଯୋଗ୍ୟ ଯୁବକମାନଙ୍କୁ ନିଜ ସହିତ ଯୋଡ଼ିବାକୁ ଚାହୁଁଛି, ଯେଉଁମାନେ ଦେଶର ଆର୍ଥିକ ଓ ଆଇନ୍ ଗତ ଢାଞ୍ଚାକୁ ସୁଦୃଢ଼ କରିବାରେ ଯୋଗଦାନ ଦେଇପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଏବଂ ଆଗ୍ରହୀ ପ୍ରାର୍ଥୀମାନେ ୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ଅନଲାଇନ୍ରେ ଆବେଦନ କରିପାରିବେ ।
ଏହି ଭର୍ତ୍ତିରେ ପ୍ରାର୍ଥୀମାନେ ତିନୋଟି ପ୍ରମୁଖ କ୍ଷେତ୍ର ଯଥା ଆଇନ୍, ଅର୍ଥନୀତି ଏବଂ ସୂଚନା ପ୍ରୌଦ୍ୟୋଗିକୀ (ଆଇଟି)ରେ ଆବେଦନ କରିପାରିବେ । ଯଦି ଆପଣ ଆଇନ୍ କ୍ଷେତ୍ରରୁ ଅଛନ୍ତି, ତେବେ ଆପଣଙ୍କ ପାଖରେ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଆଇନ୍ରେ ସ୍ନାତକ କିମ୍ବା ସମକକ୍ଷ ଡିଗ୍ରୀ ଥିବା ଆବଶ୍ୟକ । ସାଙ୍ଗେ ସାଙ୍ଗେ ସୁପ୍ରିମ୍ କୋର୍ଟ, ହାଇକୋର୍ଟ କିମ୍ବା ଅନ୍ୟ ନ୍ୟାୟିକ ସଂସ୍ଥାଗୁଡ଼ିକରେ କାମ କରିବାର ଅନୁଭବ ଥିବା ପ୍ରାର୍ଥୀମାନଙ୍କୁ ପ୍ରାଥମିକତା ଦିଆଯିବ । ଅନ୍ୟପକ୍ଷରେ, ଅର୍ଥନୀତି କ୍ଷେତ୍ରରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ପାଖରେ ଅର୍ଥନୀତି ବିଷୟରେ ସ୍ନାତକୋତ୍ତର ଡିଗ୍ରୀ ଥିବା ଆବଶ୍ୟକ ଏବଂ ବ୍ୟଷ୍ଟି ଅର୍ଥନୀତି (ମାଇକ୍ରୋଇକୋନୋମିକ୍ସ) କିମ୍ବା ସମ୍ପର୍କୀୟ କ୍ଷେତ୍ରରେ କାର୍ଯ୍ୟ ଅନୁଭବ ଥିବା ଦରକାର । ଯଦି ଆପଣ ଆଇଟି କ୍ଷେତ୍ରରୁ ଅଛନ୍ତି, ତେବେ ଆପଣଙ୍କ ପାଖରେ ଇଞ୍ଜିନିୟରିଂ, ଟେକ୍ନୋଲୋଜି କିମ୍ବା କମ୍ପ୍ୟୁଟର ସାଇନ୍ସରେ ସ୍ନାତକ ଡିଗ୍ରୀ ଏବଂ ସମ୍ପର୍କୀୟ କ୍ଷେତ୍ରରେ କାର୍ଯ୍ୟ ଅନୁଭବ ଥିବା ଆବଶ୍ୟକ ।
ଦରମା କେତେ ହେବ ?
ଆୟୋଗ ୟଙ୍ଗ୍ ପ୍ରଫେସନାଲ୍ ପଦବୀ ପାଇଁ ସର୍ବାଧିକ ବୟସ ସୀମା ୩୦ ବର୍ଷ ନିର୍ଦ୍ଧାରଣ କରିଛି । ତଥାପି, ସଂରକ୍ଷିତ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମାବଳୀ ଅନୁସାରେ ବୟସରେ ଛାଡ଼ ଦିଆଯିବ । ଚୟନିତ ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ ୬୦,୦୦୦ ଟଙ୍କା ଦରମା ମିଳିବ । ଏହା ସହିତ ଆୟୋଗ ପକ୍ଷରୁ ଅନ୍ୟ ଭତ୍ତା ଏବଂ ସୁବିଧାଗୁଡ଼ିକର ମଧ୍ୟ ଲାଭ ଦିଆଯିବ । ଏହି ଚାକିରି କେବଳ ସ୍ଥିର କ୍ୟାରିଅର୍ ଦେଇନଥାଏ, ବରଂ ଏକ ପ୍ରତିଷ୍ଠିତ ସଂସ୍ଥାରେ କାମ କରିବାର ସୁଯୋଗ ମଧ୍ୟ ପ୍ରଦାନ କରେ ।
କିପରି ଆବେଦନ କରିବେ ?
ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କୁ ପ୍ରଥମେ ଭାରତୀୟ ପ୍ରତିଯୋଗିତା ଆୟୋଗର ଅଫିସିଆଲ ୱେବସାଇଟ୍ cci.gov.inକୁ ଯିବାକୁ ପଡ଼ିବ । ୱେବସାଇଟ୍ର ହୋମପେଜ୍ରେ “Young Professional Recruitment 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ଖୋଲାଯାଇଥିବା ଅନଲାଇନ୍ ଫର୍ମରେ ନିଜର ସମସ୍ତ ତଥ୍ୟ ଯଥା ନାମ, ଜନ୍ମତାରିଖ, ଶିକ୍ଷାଗତ ଯୋଗ୍ୟତା ଏବଂ ଅନୁଭବ ଆଦି ଯତ୍ନର ସହିତ ଭରନ୍ତୁ । ଏହାପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଯଥା ଶିକ୍ଷାଗତ ପ୍ରମାଣପତ୍ର, ଫଟୋ ଏବଂ ହସ୍ତାକ୍ଷରର ସ୍କାନ୍ କପି ଅପଲୋଡ୍ କରନ୍ତୁ । ଆବେଦନ ସବମିଟ୍ କରିବା ପୂର୍ବରୁ ଦାଖଲ କରାଯାଇଥିବା ସମସ୍ତ ତଥ୍ୟକୁ ପୁନର୍ବାର ଯାଞ୍ଚ କରନ୍ତୁ ଯାହା ଦ୍ୱାରା କୌଣସି ଭୁଲ୍ ନ ରହେ । ଶେଷରେ ଫର୍ମ ସବମିଟ୍ କରିବା ପରେ ତାହାର ପ୍ରିଣ୍ଟ ଆଉଟ୍ ବାହାର କରି ରଖନ୍ତୁ ।
BREAKING NEWS
- Katak Violence:କଟକରେ ଦୁଇ ସାହି ମଧ୍ୟରେ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ଢେଲାପଥର ମାଡ଼ରେ ଜଣେ ମୃତ,ଅନେକ ଆହତ
- ମିଳିତ ପୋଲିସ୍ ସେବା ପରୀକ୍ଷା–୨୦୨୪ର ଲିଖିତ ପରୀକ୍ଷା ଡିସେମ୍ବର ୨୬ ଓ ୨୭ ରେ ଅନୁଷ୍ଠିତ ହେବ
- ଇରାନର ଧମକ ପରେ ନିଜ ଘର ଛାଡ଼ି ମିଲିଟାରୀ ବେସ୍କୁ ସ୍ଥାନାନ୍ତରିତ ହେଲେ ଟ୍ରମ୍ପଙ୍କ ୫ ହେଭିୱେଟ ମନ୍ତ୍ରୀ
- ୨୩ ବର୍ଷରୁ କମ ବିମଷ୍ଟେକ ଆଥଲେଟିକ୍ସ ମିଟ ୨୦୨୬: ମୋଟ ୪୭ ପଦକ ସହ ଭାରତ ଚାମ୍ପିଅନ୍, ଶ୍ରୀଲଙ୍କା ରନର୍ସ-ଅପ୍
- ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର;ବଢିଲା ଦରମା,୧୦ରୁ ହେଲା…
- ମହିଳା ବନରକ୍ଷୀଙ୍କ ଜୀବନ ହେଲା ଗୋଠଛଡ଼ା ଦନ୍ତା
- ଭୁବନେଶ୍ୱରର ୨ଟି ପ୍ରମୁଖ ରାସ୍ତାରେ ଆରମ୍ଭ ହେବ ପରୀକ୍ଷାମୂଳକ କାର୍ଯ୍ୟକ୍ରମ; ଆମ ବସ୍ ସେବାକୁ ମିଳିବ ପ୍ରାଥମିକତା
- ରୋହିତଙ୍କ ଡେପୁଟି ହେବାକୁ ମନା କଲେ ବୁମରାହ, କ’ଣ ଛାଡ଼ିଦେବେ ଦଳ?
- ୧୦୦ ବର୍ଷ ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଖାତାକୁ ଫେରିବ ଜମି…
- କାର୍ ସହ ଜଳିଗଲେ ବ୍ୟକ୍ତି;ହତ୍ୟା ସନ୍ଦେହ
Comments are closed.