Latest Odisha News

BREAKING NEWS

୮୩ ତେଜସ ଫାଇଟର ବିମାନ କିଣିବା ପାଇଁ ବାୟୁସେନାକୁୂ ଅନୁମତି, ୪୮,୦୦୦କୋଟିର ଅନୁମୋଦନ

ନୂଆଦିଲ୍ଲୀ: ଚୀନ ଏବଂ ପାକିସ୍ତାନ ପ୍ରତି ବିପଦକୁ ଆଖି ଆଗରେ ରଖି ଭାରତ ସୈନ୍ୟ ଶକ୍ତି ମଜଭୁତ କରୁଛି । ବୁଧବାର ୮୩ ତେଜସ ଫାଇଟର ବିମାନ କିଣିବାକୁ ସିସିଏସ ଅନୁମତି ପ୍ରଦାନ କରିଛି । ଏହି ବିମାନ କିଣିବା ପାଇଁ ୪୮,୦୦୦ କୋଟି ଟଙ୍କାର ଅନୁମୋଦନ କରାଯାଇଛି । କେନ୍ଦ୍ରୀୟ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି ।

ତେଜସ ୪ର୍ଥ ପିଢ଼ୀର ଫାଇଟର ବିମାନ । ଏରୋନଟିକାଲ ଡେଭଲେପମେଂଟ ଏଜେନ୍ସି ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି । ଏହି ଡିଲ ଯୋଗୁ ମେକ ଇନ ଇଣ୍ଡିଆ ଅଭିଯାନ ଏକପ୍ରକାର ସଫଳ ହୋଇଛି । ଆଇଏଏଫରେ ଖୁବ୍ ଶୀଘ୍ର ଏହି ଯୁଦ୍ଧ ବିମାନଗୁଡିକ ସାମିଲ କରାଯିବ ।

Leave A Reply

Your email address will not be published.