Latest Odisha News

BREAKING NEWS

ଚଳିତ ମାସ ରିଲିଜ କରିବ ଦି ଫ୍ୟାମିଲି ମ୍ୟାନ୍ ସିଜିନ୍‌ ୨ର ଟ୍ରେଲର୍‌

ନୂଆଦିଲ୍ଲୀ: ଆମାଜନ ପ୍ରାଇମ ଭିଡିଓର ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ଦ୍ୱିତୀୟ ସିଜନ୍ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ସିରିଜ ମଧ୍ୟରୁ ଅନ୍ୟତମ। ଦି ଫ୍ୟାମିଲି ମ୍ୟାନ୍‌ର ଦ୍ୱିତୀୟ ସିଜିନ୍‌ ଆସନ୍ତା ଫେବୃଆରୀରେ ଆସୁଛି ବୋଲି ଆମାଜନ ପ୍ରାଇମ ପ୍ରକାଶ କରିସାରିଛି ଏବଂ ବର୍ତ୍ତମାନ ଏହାର ଟ୍ରେଲର ରିଲିଜ ତାରିଖ ପ୍ରକାଶ କରିଛି।

ଜାନୁଆରୀ ୧୯ ରେ ଦି ଫ୍ୟାମିଲି ମ୍ୟାନ୍ ସିଜନ ୨ ର ଟ୍ରେଲର ରିଲିଜ ହେବ। ପ୍ରାଇମ ଭିଡିଓର ଟ୍ୱିଟର ଆକାଉଣ୍ଟରୁ ଏହି ସୂଚନା ସହିତ ଏକ ଭିଡିଓ ମଧ୍ୟ ପୋଷ୍ଟ କରାଯାଇଛି।

ଫ୍ୟାମିଲି ମ୍ୟାନ୍ ସିରିଜ୍ ୨ ରାଜ ଏବଂ ଡି.କେ ନିର୍ଦ୍ଦେଶନା ଦେଇଛନ୍ତି। ଏହାର ପ୍ରଥମ ସିଜିନ୍‌ ୨୦୧୯ରେ ଆସିଥିଲା, ଯାହା ବହୁତ ସଫଳ ବ୍ୟବସାୟ କରିଥିଲା। ମନୋଜ ବାଜପେୟୀଙ୍କ ଚରିତ୍ରକୁ ପାରିବାରିକ ଦାୟିତ୍ବ ସହିତ ଏକ ବିପଜ୍ଜନକ ମିଶନ କାର୍ଯ୍ୟକାରୀ କରୁଥିବା ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଥିଲେ। ପ୍ରଥମ ସିଜିନ୍‌ରେ ୧୦ ଟି ଏପିସୋଡ୍ ଥିଲା। ଏହି ଧାରାବାହିକରେ ମନୋଜ ବାଜପେୟୀଙ୍କ ସହ ଶରିବ ହାଶ୍ମୀ, ପ୍ରିୟାମଣି, ଶରଦ କେଲକର, ନୀରଜ ମାଧବ, ଗୁଲ ପାନାଗ ଏବଂ ଦର୍ଶନ କୁମାର ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଦ୍ୱିତୀୟ ସିଜନ୍ ଫେବୃଆରୀ ୧୨ ରେ ଆମାଜନ୍‌ ପ୍ରାଇମରେ ପ୍ରସାରିତ ହେବ।

Leave A Reply

Your email address will not be published.