Latest Odisha News

BREAKING NEWS

ଖୁବ୍ ଶୀଘ୍ର ଏସସି/ଏସଟି ଛାତ୍ରୀନିବାସରେ ଲାଗିବ ସିସିଟିଭି କ୍ୟାମେରା: ମନ୍ତ୍ରୀ

ଭୁବନେଶ୍ୱର : ଅନୁସୂଚିତ ଜାତି ତଥା ଜନଜାତି ତଥା ପଛୁଆ ବର୍ଗ ଛାତ୍ରୀଙ୍କ ନିରାପତ୍ତା ଓ ସୁରକ୍ଷା ପାଇଁରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍ଥାନରେ ଥିବା ଏସସି/ଏସଟି ଛାତ୍ରୀନିବାସରେ ସିସିଟିଭି କ୍ୟାମେରା ଲଗାଇବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ ଅନୁସୂଚିତ ଜାତି/ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ରମେଶ ମାଝି କହିଛନ୍ତି ଯେ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧ହଜାରଟି ଛାତ୍ରୀନିବାସରେ ସିସିଟିଭି ଲଗାଯିବାର ଯୋଜନା କରାଯାଇଛି । ରାଜ୍ୟରେ ଏହିଭଳି ୭ହଜାର ଛାତ୍ରୀନିବାସ ରହିଛି ।

ସେ ସୂଚନା ଦେଇ ଆହୁରି କହିଛନ୍ତି ଓଡିଶା ଷ୍ଟେଟ୍ ପୋଲିସ ହାଉସିଙ୍ଗ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ୍ ଏହି ସିସିଟିଭି ଲଗାଇବାର ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏନେଇ ହେବାକୁ ଥିବା ଟେଣ୍ଡର ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ ।

Leave A Reply

Your email address will not be published.