Latest Odisha News

BREAKING NEWS

ଝାରସୁଗୁଡା ବିମାନ ବନ୍ଦର ପ୍ରସଙ୍ଗ: କେନ୍ଦ୍ର ଦ୍ୱାରା ‘ଏୟାର ଓଡିଶା’ ଉଡାଣ ଚୁକ୍ତି ବାତିଲ ହେବ

ଭୁବନେଶ୍ୱର : ଏୟାର ଓଡିଶା ଏୟାର ଲାଇନ୍ସର ପରିଚାଳନାଗତ ତ୍ରୁଟିକୁ ଭିତ୍ତି କରି ଝାରସୁଗୁଡା ବିମାନ ବନ୍ଦରରୁ ଉଡାଣ କେନ୍ଦ୍ର ଦ୍ୱାରା ସ୍ଥଗିତ ରହିଥିବା ନେଇ ସୂଚନା ମିଳିଛି ।

ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବୁଧବାର ଦିନ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି “ଏୟାର ଓଡିଶା ଏକ ଖରାପ କମ୍ପାନୀ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏସମ୍ପର୍କରେ ତର୍ଜମା କରୁଛନ୍ତି । ଆବଶ୍ୟକ ସ୍ଥଳେ ଏୟାର ଓଡିଶା ସହ କଣ୍ଟ୍ରାକ୍ଟ ରଦ୍ଦ କରାଯାଇପାରେ“ ।

ଏଥିସହିତ ଝାରସୁଗୁଡା ବିମାନ ବନ୍ଦରରୁ ନିୟମିତ ଉଡାଣ ପାଇଁ ଅନ୍ୟ ଏୟାର ଲାଇନ୍ କମ୍ପାନୀ ସହ ଆଲୋଚନା କରାଯାଇପାରେ ବୋଲି ସୁତ୍ରରୁ ଜଣାପଡିଛି । ଆହୁରି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଇଣ୍ଡିଆନ ଏୟାରଲାଇନ୍ସ, ସ୍ପାଇସ ଜେଟ୍ ଏବଂ ଇଣ୍ଡିଗୋ ସମେତ ଅନ୍ୟ ଏୟାର କମ୍ପାନୀ ସହ ଆଲୋଚନା ଜାରି ରହିଥିବା ନେଇ ଜଣାପଡିଛି । ଯିଏକି ନିୟମିତ ଭାବେ ବିମାନବନ୍ଦରରୁ ଉଡାଣ ଭରିପାରିବ ।

ଆହୁରି ମଧ୍ୟ ଝାରସୁଗୁଡା ବିମାନ ବନ୍ଦରରୁ ଯାତ୍ରୀ କ୍ଷମତା ରହିଛି, ସେଥିପାଇଁ ଖୁବ୍ ଶୀଘ୍ର ଅନ୍ୟ ଏୟାର ଲାଇନ୍ସ ଗୁଡିକ ନିୟମିତ ଭାବେ ଉଡାଣ ଜାରି ରଖିବା ନେଇ ଆଶ ପ୍ରକାଶ କରୁଛି ।

ଉଲ୍ଲେଖଯୋଗ୍ୟ ଝାରସୁଗୁଡା ବିମାନ ବନ୍ଦରରେ ଏୟାର ଓଡିଶା ତାର ବିମାନ ଚଳାଚଳ ଆରମ୍ଭ କରିବାକୁ ଘୋଷଣା କରିଥିଲା ଏବଂ ଏହି ବିମାନ ବନ୍ଦରରେ ବ୍ରିଚ୍କ୍ରାଫ୍ଟ ୧୯ ସିଟ୍ ବିଶିଷ୍ଟ ୧୯୦୦ଡି ଏୟାର କ୍ରାଫ୍ଟରେ ଉଡାଣ କରିବା ପାଇଁ ଘୋଷଣା କରିଥିଲ । ତେବେ ଯାହା ବି ହେଉ ଏହି କମ୍ପାନୀ ପରବର୍ତ୍ତି ସମୟରେ ଉଡାଣ ପାଇଁ ବୈଷୟିକ ତ୍ରୁଟି ସହ ପାଇଲଟ ଓ ଏୟାରକ୍ରାଫ୍ଟ ଯୋଗାଇ ଦେବାରେ ଅକ୍ଷମତା ପ୍ରକାଶ କରିଥିଲା ଏହି କମ୍ପାନୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୨୨ରେ ଉଡାଣ ଯୋଜନାରେ ଝାରସୁଗୁଡା ବିମାନ ବନ୍ଦରକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଥିଲେ ।

Leave A Reply

Your email address will not be published.