କେନ୍ଦୁଝର: ସଦର ବିଧାୟକ ମୋହନ ମାଝିଙ୍କୁ ଆକ୍ରମଣ ଘଟଣା। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କଲା କେନ୍ଦୁଝର ପୋଲିସ। ଆକ୍ରମଣ ପରେ ବାଇକରେ ଖସି ପଳାଇବା ସମୟରେ ଏହି ଚିତ୍ର ଉଠାଯାଇଥିଲା। ଏହାକୁ ଚିହ୍ନଟ କଲେ ବା ଧରାଇଦେଲେ ଉପଯୁକ୍ତ ପୁରସ୍କାର ଦିଆଯିବ ବୋଲି ପୋଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।
ସେମାନେ ବିଧାୟକଙ୍କ ଗାଡ଼ି ଉପରକୁ ବୋମା ଫିଙ୍ଗି ଫେରାର ହୋଇ ଯାଇଥିବା ନେଇ ବିଧାୟକ ଅଭିଯୋଗ କରିଥିଲେ। ପରେ ପୋଲିସ ତଦନ୍ତ ବେଳେ ଜଣଙ୍କ ଘର ଆଗରେ ଥିବା ସିସିଟିଭି କ୍ୟାମେରାରେ ରେକର୍ଡ଼ ହୋଇଥିବା ଭିଡ଼ିଓକୁ ଆଧାର କରି ତଦନ୍ତ କରୁଛି।
ଅନ୍ୟପଟେ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ବିଫଳ ହୋଇଥିବା ଏବଂ ଏସପି ପ୍ରତିଶ୍ରୁତି ପାଳନ କରିନଥିବା ପ୍ରତିବାଦରେ ସକାଳ ୧୦ଟାରୁ ଗାନ୍ଧୀ ଛକରେ ଏନଏଚ ୪୯କୁ ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ନେତୃତ୍ୱରେ ଅବରୋଧ କରାଯାଇଛି। ରାଜ୍ୟର ଭାଜପା ବିଧାୟକ ଓ ନେତାମାନେ ସାମିଲ ହେବାକୁ ଆସୁଥିବା ଶ୍ରୀ ବର୍ମା ସୂଚନା ଦେଇଛନ୍ତି।
Comments are closed.