Latest Odisha News

BREAKING NEWS

ଡ୍ରଗ୍ସ ପାର୍ଟି: ସମୀର ୱାଙ୍ଖେଡଙ୍କ ପଛରେ ପଡିଛି ମୁମ୍ବାଇ ପୋଲିସ !

ମୁମ୍ବାଇ: ଡ୍ରଗ୍ସ ପାର୍ଟିରେ ଶାହାରୁଖ ଖାଁଙ୍କୁ ପୁଅ ଆର୍ଯ୍ୟନଙ୍କୁ ଧରିଥିବା ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡଙ୍କ ଗତିବିଧି ଉପରେ ନଜର ରଖାଯାଉଛି । ଏହି ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଖୋଦ ସମୀର ଆଣିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସେ ଯେଉଁଆଡେ ଯାଉଛନ୍ତି ୨ଜଣ ପୋଲିସକର୍ମୀ ତାଙ୍କୁ ପିଛା କରୁଛନ୍ତି । ସେ ଏହାର ସିସିଟିଭି ଫୁଟେଜ ମଧ୍ୟ ପ୍ରମାଣ ବାବଦକୁ ଦେଇଛନ୍ତି । ସମୀର ତାଙ୍କ ମାଆଙ୍କ ମୃତ୍ୟୁ ପରେ ସବୁଦିନ ଶ୍ମଶାନକୁ ଯାଆନ୍ତି । ସେଠାରେ ତାଙ୍କ ପଛରେ ଓଶିବାରା ପୋଲିସର ଏକ ଟିମ ପିଛା କରୁଛି । ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସମୀର ବଲିଉଡର ଡ୍ରଗ୍ସ ଆଙ୍ଗଲେ ଯାଂଚ କରୁଛନ୍ତି । ଦୀପିକା ପାଦୁକୋନ, ରିୟା ଚକ୍ରବର୍ତି, ସାରା ଅଲୀ ଖାଁ, ଶ୍ରଦ୍ଧା କାପୁର, ରକୁଲ ପ୍ରୀତ ସିଂ, ଭାରତୀ ସିଂ ଓ ଅର୍ଜୁନ ରାମପାଲଙ୍କ ପରି ପ୍ରତିଷ୍ଠିତ କଳାକାରଙ୍କୁ ଅଟକ ରଖିବା ସହ ପଚରାଉଚରା କରିଥିଲେ ।

ରିୟା ଚକ୍ରବର୍ତିଙ୍କୁ ଗିରଫ କରିବା ପରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା । ସେ ଅଳ୍ପକେ ବଂଚି ଯାଇଥିଲେ । ବାରମ୍ବାର ଡ୍ରଗ୍ସ ଚୋରା ବ୍ୟାପାରୀଙ୍କ ନିକଟରୁ ତାଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଆସୁଛି । ୨ ବର୍ଷ ମଧ୍ୟରେ ସମୀର ୧୮୦୦୦ କୋଟି ଟଙ୍କାର ଡ୍ରଗ୍ସ ର‌୍ୟାକେଟ ପର୍ଦ୍ଦାଫାଶ କରିଛନ୍ତି ।

Leave A Reply

Your email address will not be published.