Latest Odisha News

BREAKING NEWS

ଚିହ୍ନଟ ହେଲା କରୋନା ଭାଇରସର ଛଅ ନୂଆ ଲକ୍ଷଣ

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଇଛି କରୋନା । ମହାମାରୀ କୋଭିଡ-୧୯କୁ ନେଇ ସବୁଠି କୋକୁଆ ଭୟ । ଚୀନର ଉହାନରୁ ବ୍ୟାପିଥିବା ଏହି ମହାମାରୀ ଏବେ ନିଜ ଚରିତ୍ର ବଦଳାଉଛି । ମଣିଷ ଶରୀରରେ ଦେଖିବାକୁ ମିଳିଛି ଏହି କିଲର ଭାଇରସର ନୂଆ ଳକ୍ଷଣ । ଏପ୍ରିଲ ମାସରେ ସେଂଟର ଫର କଂଟ୍ରୋଲ ଆଣ୍ଡ ପ୍ରିଭେନସନ ଏହି ଭାଇରସର ଛଅଟି ଲକ୍ଷଣ ଚିହ୍ନଟ କରିଛି ।

ଏହି ତାଲିକାରେ ଡାଇରିଆ, ମୁଣ୍ଡ ବ୍ୟଥା ଏବଂ ବାନ୍ତି ହେବା ଭଳି ଲକ୍ଷଣ ସାମିଲ୍ ହୋଇଛି। ଯେଉଁ ମାନଙ୍କ ପାଖରେ ଏହି ଲକ୍ଷଣ ଦେଖା ହେବ ସେ କରୋନାରେ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ସନ୍ଦେହ କରାଯିବ। ଡେକାନ କ୍ରୋନିକିଲର ରିପୋର୍ଟ ଅନୁଯାୟୀ ହାଇଦ୍ରାବାଦର କିଙ୍ଗ କୋଟି ହସ୍ପିଟାଲର ଡାକ୍ତର କହିଛନ୍ତି, ଡାଇରିଆ, ମୁଣ୍ଡବ୍ୟଥା ଏବଂ ବାନ୍ତି ଭଳି ଲକ୍ଷଣ ପାଇଁ ଚିକିତ୍ସାରେ ବିଳମ୍ୱ ହେଉଛି।

ପୂର୍ବରୁ କଫ, ଜ୍ୱର ଏବଂ ଅଣନିଃଶ୍ୱାସୀ ହେବା ଆଦି ଲକ୍ଷଣ କରୋନା ଆକ୍ରାନ୍ତଙ୍କ ପାଖରେ ପରିଲିକ୍ଷିତ ହେଉଥିଲା। ଏବେ କିନ୍ତୁ ନୂଆ ଲକ୍ଷଣ ଚିହ୍ନଟ ହେଉଥିବା ସେ କହିଛନ୍ତି। ଯେଉଁଥିପାଇଁ କରୋନା ଆକ୍ରନ୍ତ ଚିହ୍ନଟ ହେବା ବିଳମ୍ୱ ହେଉଛି ବୋଲି ସେ କହିଛନ୍ତି। ଆଉ କିଛି ଡାକ୍ତର କହିଛନ୍ତି, କରୋନା ଲକ୍ଷଣ ବଦଳିବା ପଛର କାରଣ ଋତୁ ପରିବର୍ତ୍ତନ । ବଞ୍ଚି ରହିବା ପାଇଁ କରୋନା ଭାଇରସ ଲକ୍ଷଣ ବଦଳାଉଛ।

Comments are closed.