Latest Odisha News

ବାୟୁରେ ବ୍ୟାପୁଛି କରୋନା!

ନୂଆଦିଲ୍ଲୀ: ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାରି ଭିତରେ ଚାଂଚଲ୍ୟକର ସୂଚନା ଦେଇଛି ଆମେରିକାର ସେଂଟର ପର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ବା ସିଡିସି । କରୋନା ଭୂତାଣୁ ବାୟୁରେ ବ୍ୟାପୁଥିବା ନେଇ ସିଡିସି ସୂଚନା ଦେଇଛି । ଏହା ଫଳରେ ସାରା ବିଶ୍ୱରେ କରୋନାକୁ ନେଇ ଚିନ୍ତା ଆହୁରି ବଢିଯାଇଛି ।

କରୋନା ଭୂତାଣୁ ବାୟୁମଣ୍ଡଳରେ କିଛି ଘଣ୍ଟା ଧରି ରହିପାରେ ଓ ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ । କରୋନା ବାୟୁ ଦ୍ୱାରା ବ୍ୟାପିଲେ ତାହା ଅଧିକରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବାର ଆଶଙ୍କା ରହିଛି । ଏପରି ହେଲେ ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ଅଧିକ ହେବାର ଆଶଙ୍କା ରହିଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅଟକଳ ଅନୁସାରେ ସାରା ବିଶ୍ୱର ମୋଟ ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଆକ୍ରାନ୍ତ ହୋଇସାରିଲେଣି । ଅନ୍ୟପକ୍ଷରେ ସାରା ବିଶ୍ୱରେ ମଙ୍ଗଳବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୬ ଲକ୍ଷ ଓ ମୃତ୍ୟୁସଂଖ୍ୟା ୧୦ ଲକ୍ଷ ୪୫ ହଜାର ଟପିଯାଇଛି । ଆମେରିକାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୬.୭୯ ଲକ୍ଷ ଟପିଯାଇଛି, ଏହା ସହିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ଟପିଯାଇଛି ।

Leave A Reply

Your email address will not be published.