Latest Odisha News

BREAKING NEWS

କେମିତି ଖୋଲିବ ସିନେମା ହଲ୍, ମଲଟି ପ୍ଲେକ୍ସ ? ଏସବୁ ବ୍ୟବସ୍ଥା ପାଇଁ SOPରେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ୧୫ ତାରିଖରେ ସାରା ଦେଶରେ ଖୋଲିବ ସିନେମା ହଲ୍, ଥିଏଟର ଓ ମଲଟି ପ୍ଲେକ୍ସ । ଅନଲକ୍ ୫.୦ରେ ଅନୁମତି ଦେଇଥିଲେ କେନ୍ଦ୍ର ସରକାର । ଏସବୁ ଖୋଲିବ ନେଇ ଏସଓପି ଜାରି କରିଛି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।
୧. ଅଡିଟୋରିୟମରେ ସିଟ୍ କ୍ଷମତା ୫୦ ପ୍ରତିଶତରୁ ଅଧିକ ହେବ ନାହିଁ
୨. ବସିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ
୩. ହାତ ଧୋଇବା ପାଇଁ ବ୍ୟବସ୍ଥା ଓ ସାନିଟାଇଜର ରଖିବେ
୪. ସମସ୍ତେ ଆରୋଗ୍ୟ ସେତୁ ଆପ୍ ଡାଉନଲୋଡ୍ କରିବେ
୫. ଥର୍ମାଲ ସ୍କ୍ରିନିଂ କରାଯିବ । କୋଭିଡ୍ ଲକ୍ଷଣ ନଥିଲେ ଏଣ୍ଟ୍ରି ଅନୁମତି

୬. ଡିଜିଟାଲ ମୋଡରେ ପେମେଣ୍ଟ ଉପରେ ଗୁରୁତ୍ୱ
୭. ସିନେମା ହଲ ଓ ମଲଟିପ୍ଲେକ୍ସ ପରିସରକୁ ନିୟମିତ ସଫେଇ ଓ ସାନିଟାଇଜ୍ କରିବେ
୮. ଦର୍ଶକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ବ୍ୟବସ୍ଥା କରିବେ
୯. ବିରତି ସମୟରେ ବାହାରକୁ ନବାହାରିବା ପାଇଁ ଦର୍ଶକଙ୍କୁ ସଚେତନ କରାଇବେ
୧୦. ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ, ଅସୁସ୍ଥ ଅନୁଭବ କଲେ ଜଣାନ୍ତୁ

BjdElectrycity

୧୧. ଭିଡ ନିୟନ୍ତ୍ରଣକୁ ଏଡାଇବା ପାଇଁ ଆଡଭାନ୍ସ ବୁକିଂକୁ ଗୁରୁତ୍ୱ
୧୨. କେବଳ ପ୍ୟାକେଟ ଖାଇଦାକୁ ଅନୁମିତି
୧୩. ଖାଇବା ଜିନିଷ ବିକ୍ରି ପାଇଁ ଅଧିକ କାଉଣ୍ଟର କରିବେ
୧୪. ହଲ ଭିତରକୁ ଧାଡ଼ିରେ ଯିବା ପାଇଁ ମାର୍କିଂ ବ୍ୟବସ୍ଥା କରିବେ

କରୋନା ଯୋଗୁ ଗତ ମାର୍ଚ୍ଚ ମାସରୁ ଦେଶରେ ବନ୍ଦ ରହିଥିଲା ସିନେମା ହଲ୍, ମଲଟି ପ୍ଲେକ୍ସ ଓ ଥିଏଟର । ଏବେ କୋଭିଡ୍ କଟକଣା ଭିତରେ ଖୋଲିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର ।

Leave A Reply

Your email address will not be published.