ଭୁବନେଶ୍ୱର:ଭିଜିଲାନ୍ସ ଜାଲରେ ପଡିଲେ ସିଡିପିଓ । ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ମାଡି ବସିଲା ଭିଜିଲାନ୍ସ । ଏକ ସ୍ୱୟଂ ସହାୟକ ଗୋଷ୍ଠୀର ବିଲ୍ ରିଲିଜ କରିବା ପାଇଁ ୪୦ ହଜାର ଲାଞ୍ଚ ନେଉଥିବାବେଳେ ଧରାପଡିଛନ୍ତି ଝାରସୁଗୁଡା ସିଡିପିଓ ସରୋଜିନ ଏକ୍କା ।
ଝାରସୁଗୁଡା ଜିଲ୍ଲାର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ୪ ମାସର ଛତୁଆ ବିଲ ରିଲିଜ କରିବା ପାଇଁ ସିଡିପିଓ ( Child Development Project Officer) ଶନିବାର ୪୦ ହଜାର ଟଙ୍କା ଉକ୍ତ ଗୋଷ୍ଠୀର ସଭାପତିଙ୍କଠାରୁ ଲାଞ୍ଚ ନେଉଥିଲେ । ଭିଜିଲାନ୍ସ ଏହି ଟଙ୍କା ସିଡିପିଓଙ୍କଠାରୁ ଉଦ୍ଧାର କରି ଏହାକୁ ଜବତ କରିଛି ।
ଧରାପଡିବା ପରେ ଶ୍ରୀମତୀ ଏକ୍କାଙ୍କ ଦୁଇଟି ବାସସ୍ଥାନ ଉପରେ ଭିଜିଲାନ୍ସ ପକ୍ଷରୁ ଏକକାଳନୀ ଚଢାଉ କରାଯାଇଛି । ଏ ନେଇ ରାଉରକେଲା ଭିଜିଲାନ୍ସ ଥାନାରେ ସେକ୍ସନ ୭ରେ ଏକ ମାମଲା ରୁଜୁ ହୋଇଛି ।
ଏ ନେଇ ତଦନ୍ତ ଜାରି ରହିଛି । ପରବର୍ତ୍ତୀ ଖବରକୁ ଅପେକ୍ଷା କରାଯାଇଛି ।
Comments are closed.