Latest Odisha News

୪୮ ଘଣ୍ଟା ଯାଇନି, କୋଟାରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା

ଜୟପୁର:  ନିଟ୍ ପ୍ରବେଶିକା ପରୀକ୍ଷା ପାଇଁ ପ୍ରଶିକ୍ଷଣ ନେଉଥିବା ଜଣେ  ୧୮ ବର୍ଷୀୟ ଯୁବକ ଆତ୍ମହତ୍ୟାର ୪୮ ଘଣ୍ଟା ଯାଇନି, ଆଉ ଜଣେ ଛାତ୍ରଙ୍କ ଆତ୍ମହତ୍ୟା ଖବର ଆସିଛି । ଦେଶର ସବୁଠାରୁ ବଡ କୋଚିଂ ହବ କୁହାଯାଉଥିବା କୋଟା ଏବେ ସୁଇସାଇଡ଼ ହବ ପାଲଟି ଯାଇଛି ।  ବିହାର ଛାତ୍ର   ୧୬ ବର୍ଷ ବୟସ୍କ ଭାର୍ଗବ ମିଶ୍ରା ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଏହାକୁ ମିଶାଇ ଚଳିତ ବର୍ଷ ଅଗଷ୍ଟ ୫ ତାରିଖ ସୁଦ୍ଧା କୋଟାରେ ୨୦ ଜଣ ଛାତ୍ର ଆତ୍ମହତ୍ୟା କଲେଣି ।

BjdElectrycity

ମୃତ ଭାର୍ଗବ ମିଶ୍ରଙ୍କ ଘର ବିହାର ପଶ୍ଚିମ ଚମ୍ପାରଣ ଜିଲ୍ଲାର ମୋତିହାରୀ ରଘୁନାଥପୁରମରେ । ପୋଲିସ ସୂଚନା ଅନୁଯାୟୀ, ଭାର୍ଗବ ଚଳିତ ବର୍ଷ ଏପ୍ରିଲରେ ଜେଇଇ କୋଚିଂନେବା ପାଇଁ କୋଟା ଆସିଥିଲେ । ସେ କୋଟାର ମହାବୀର ନଗର ଇଲାକାରେ ଏକ ଘର ଭଡା ନେଇ ପଢୁଥିଲେ ।

ଭାର୍ଗବଙ୍କ ପିତାଙ୍କ କହିବା ଅନୁଯାୟୀ, ଶୁକ୍ରବାର ମଧ୍ୟାହ୍ନରେ ପରିବାର ଲୋକେ ତାଙ୍କ ସହ କଥାବାର୍ତ୍ତା କରିବା ପାଇଁ ଫୋନ ଲଗାଇଥିଲେ । ହେଲେ ସେ ଫୋନ ଉଠାଇ ନ ଥିଲେ । ଫଳରେ ପରିବାର ଲୋକ ଚିନ୍ତାରେ ପଡି ଯାଇଥିଲେ । ପରେ ଘର ମାଲକ ତାଙ୍କ ରୁମକୁ ଯାଇଥିଲେ । ହେଲେ ରୁମ ଭିତରୁ ବନ୍ଦ ଥିବା ଦେଖିବାକୁ ପାଇଥିଲେ । ଡାକିବା ପରେ ବି ନ ଖୋଲିବାରୁ ଘର ମାଲିକ କବାଟ ଭାଙ୍ଗି ଦେଖିଲେ ଭାର୍ଗବଙ୍କ ମୃତଦେହ ଝୁଲୁଛି ।

ଭାର୍ଗବ ସକାଳୁ ଆତ୍ମହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତ ପରେ କହିଛି । ପୋଲିସ ତାଙ୍କ ପରିବାରକୁ ଏହି ଖବର ଦେବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସୂଚନାଥାଉ କି, ଗୁରୁବାର  କୋଟାରେ ମେଡିକାଲ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ୧୮ ବର୍ଷୀୟ ଛାତ୍ର ମନଜିତ ସିଂ ଆତ୍ମହତ୍ୟା କରିଛନ୍ତି। ମନଜିତଙ୍କ ଘର ଉତ୍ତରପ୍ରଦେଶର ରାମପୁରରେ। ଚଳିତ ବର୍ଷ ଏପ୍ରିଲରେ ସେ କୋଟା ଯାଇଥିଲେ। ନିଟ୍‌ ପାଇଁ ପ୍ରସ୍ତୁତ ହେବାକୁ ସେ ଏକ କୋଚିଂ ସେଣ୍ଟରରେ ଆଡମିସନ ନେଇଥିଲେ।  ମନଜିତ ମୁହଁରେ ପଲିଥିନ ଓ ଦୁଇ ହାତ ପଛକୁ ବନ୍ଧା ହୋଇଥିବା ଦେଖିବାକୁ ପାଇଥିଲା ପୋଲିସ । ମୃତଦେହ ସହ ପୋଲିସ ହଷ୍ଟେଲରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଥିଲା ।

Leave A Reply

Your email address will not be published.