Latest Odisha News

BREAKING NEWS

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କୋରାପୁଟ ସିଡିପିଓ

ଜୟପୁର: କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍ ଚାଇଲ୍ଡ ଡେଭଲପମେଣ୍ଟ ପ୍ରୋଜେକ୍ଟ ଅଫିସର (ସିଡିପିଓ) ସ୍ନିଗ୍ଧାରାଣୀ ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ, ଜିଲ୍ଲାର ନନ୍ଦପୁର ସ୍ଥିତ ବଡସନ ସାହି ଗ୍ରାମର ସ୍ନେହଲତା ଦଳପତି ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ଭିଜିଲାନ୍ସ ଟିମ୍ ସିଡିପିଓକୁ ଧରିଥିଲେ । ସ୍ନେହଲତା ତିନି ଭୈରବୀ ଏସଏଚଜି ଗ୍ରୁପର ସଦସ୍ୟ ରହିଛନ୍ତି ।

ଅଭିଯୋଗକାରୀଙ୍କ କହିବାନୁସାରେ, ଏକ ବିଲ୍ କରାଇ ଦେବାକୁ ତାଙ୍କୁ ୧,୭୫,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ସେ ଭିଜିଲାନ୍ସକୁ ଜଣାଇଥିଲେ ।

ପରେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଟିମ୍ ଲାଞ୍ଚ ନେବା ବେଳେ ତାଙ୍କ ଠାରୁ ଟଙ୍କା ଜବତ କରିଥିଲେ।

Comments are closed.