Latest Odisha News

BREAKING NEWS

ସଂସଦୀୟ ପ୍ୟାନେଲ ସମ୍ମୁଖରେ ହାଜିର ହେଲେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ: ଲଦାଖରେ ଏଲଏସି ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଛି । ଏହା ମଧ୍ୟରେ ଶୁକ୍ରବାର ଦିନ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ  ପ୍ରତିରକ୍ଷା ସଂସଦରେ ହାଜର ହୋଇଛନ୍ତି ।

ଏହି ବୈଠକର ଅଫିସିଆଲ୍ ଏଜେଣ୍ଡା ‘ପ୍ରତିରକ୍ଷା ବାହିନୀକୁ ବିଶେଷ କରି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରାସନ ତଥା ସାମଗ୍ରୀର ଗୁଣବତ୍ତା ଉପରେ ନଜର ରଖିବା’ ରହିଛି । ଏହାସହିତ କିଛି ସଦସ୍ୟ ଲଦାଖ ପରିସ୍ଥିତି ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି।

ପ୍ରତିରକ୍ଷା ସଂସଦର ସ୍ଥାୟୀ କମିଟି ବିଜେପି ନେତା ଜୁଆଲ ଓରାମଙ୍କ ଅଧ୍ୟକ୍ଷତାରେ ଅଛି। ଶୁକ୍ରବାର ଏହି ସଭାରେ ଯୋଗ ଦେଇଛନ୍ତି ଜାତୀୟତାବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାର ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ।

ଗତ ବର୍ଷ ଲୋକସଭା ନିର୍ବାଚନ ପରବର୍ତ୍ତୀ ସମୟରେ ପ୍ୟାନେଲରେ ମନୋନୀତ ହେବା ପରେ ରାହୁଲ ଗାନ୍ଧୀ ପ୍ରଥମ ଥର ଏହି କମିଟିର ବୈଠକରେ ଯୋଗଦେଇଛନ୍ତି ।

Leave A Reply

Your email address will not be published.