ନୂଆଦିଲ୍ଲୀ: ମହାରାଷ୍ଟ୍ର ନିର୍ବାଚନୀ ପ୍ରଚାରରେ ମହିଳାଙ୍କ ଉପରେ ଅପମାନଜନକ ଟିପ୍ପଣୀକୁ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ନିନ୍ଦା କରିଛନ୍ତି। ଏପରି ଟିପ୍ପଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଇସି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ସେ ରାଜୀବ କୁମାର ଶିବସେନା (ୟୁବିଟି) ନେତା ଅରବିନ୍ଦ ସାୱନ୍ତଙ୍କ ଦ୍ୱାରା ସାଇନା ଏନସିଙ୍କ ଉପରେ କରାଯାଇଥିବା ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇଛନ୍ତି। ବିଜେପି ମୁଖପାତ୍ର ଥିବା ସାଇନା ଏନସି ଚଳିତ ନିର୍ବାଚନରେ ଶିବସେନା (ସିନ୍ଦେ ଗୋଷ୍ଠୀ) ପକ୍ଷରୁ ନିର୍ବାଚନ ଲଢୁଛନ୍ତି । ଭିଡିଓ କନଫରେନ୍ସି ଜରିଆରେ ଅଧିକାରୀଙ୍କ ସହ ସମୀକ୍ଷା ବୈଠକରେ ରାଜୀବ କୁମାର ମହିଳା ନେତ୍ରୀଙ୍କୁ ବିରୋଧ କରିବା ସହ ନିନ୍ଦା କରିଛନ୍ତି । ଏହାସହ ଏପରି ମାମଲାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀଙ୍କୁ କହିଛନ୍ତି ।