Latest Odisha News

BREAKING NEWS

ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା,ଜାଣନ୍ତୁ ନୂତନ ତାରିଖ

ଭୁବନେଶ୍ବର: ଘୁଞ୍ଚିଲା ଆରଆଇଇ ସାଧାରଣ ପ୍ରବେଶିକା ପରୀକ୍ଷା । ବିଭିନ୍ନ ବିଏ ବିଏଡ୍, ବିଏସସି ବିଏଡ୍, ଏମଏସସି ବିଏଡ୍, ବିଏଡ୍-ଏମଏଡ୍, ଏମଏ (ଶିକ୍ଷା ପ୍ରଯୁକ୍ତି)ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଆୟୋଜିତ ହେଉଥିବା ସାଧାରଣ ପ୍ରବେଶିକା ପରୀକ୍ଷା (CEE)-୨୦୨୫କୁ ଘୁଞ୍ଚାଯାଇଛି । ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକ (ଆରଆଇଇ) ପକ୍ଷରୁ ପରୀକ୍ଷାର ନୂଆ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।

ଏହା ରବିବାର ୧୩ ଜୁଲାଇ ୨୦୨୫ରେ ଅନୁଷ୍ଠିତ ହେବ । ବୈଷୟିକ କାରଣ ଏବଂ ଅନ୍ୟ ଅନିର୍ବାର୍ଯ୍ୟ ପରିସ୍ଥିତି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଏହି ରବିବାର ୨୯ ଜୁନ୍ ୨୦୨୫ରେ ଅନୁଷ୍ଠିତ କମ୍ପ୍ୟୁଟର ଆଧାରିତ ପରୀକ୍ଷା ହେବାର ଥିଲା।

ତେବେ ସମସ୍ତ ପଞ୍ଜିକୃତ ଆବେଦନକାରୀଙ୍କୁ ନିୟମିତ ସୂଚନା ଏବଂ ଅନ୍ୟ ନିର୍ଦ୍ଦେଶାବଳୀ ପାଇଁ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନଗୁଡ଼ିକର ୱେବସାଇଟ୍ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.