Latest Odisha News

କଟକ ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍, ମହିଳା ରୋଗୀ ଆହତ

କଟକ: ବଡ଼ ମେଡିକାଲ ଛାତରୁ ଖସିଲା ଫ୍ୟାନ୍ । ଜଣେ ରୋଗୀ ଆହତ ହୋଇଛନ୍ତି । କଟକ ଏସସିବି ସର୍ଜରୀ ଓ୍ୱାର୍ଡରେ ଏହି ଘଟଣା ଘଟିଛି । ଫ୍ୟାନଟି ଛିଣ୍ଡି ଜଣେ ମହିଳା ରୋଗୀଙ୍କ ଉପରେ ଖସି ପଡ଼ିଥିଲା । ଏଥିରେ ମହିଳା ଗୁରୁତର ହୋଇଛନ୍ତି । ଏହାପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । ମହିଳା ଜଣଙ୍କ ଯାଜପୁର ଜିଲ୍ଲାର ବୋଲି ଜଣା ପଡ଼ିଛି ।

ଚାରି ଦିନ ତଳେ ଆହତ ମହିଳା ଏସସିବିରେ ଭର୍ତ୍ତି ହୋଇଥିଲେ । ନିଆଁରେ ପୋଡ଼ି ହୋଇ ଚିକିତ୍ସା ପାଇଁ ଆସିଥିଲେ ବଡ଼ ମେଡିକାଲ । ସର୍ଜରୀ ଓ୍ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା । ଏବେ ଫ୍ୟାନ ତାଙ୍କ ଉପରେ ଖସି ପଡ଼ିଲା । ତେବେ କିଭଳି ଫ୍ୟାନ ଖସି ପଡ଼ିଲା ତାହା ଜଣା ପଡିନି ।

Leave A Reply

Your email address will not be published.