Latest Odisha News

BREAKING NEWS

ନୂଆପଡ଼ାର ରତ୍ନ ଯଶୋଦା: ୧୬ବର୍ଷ ବୟସରୁ ବାଲ୍ୟ ବିବାହ ବିରୋଧରେ ସାଜିଛନ୍ତି ବାର୍ତ୍ତା ବାହକ

ନୂଆପଡ଼ା: ଯଶୋଦା ପାଣ୍ଡେ । ବୟସ ୨୧ବର୍ଷ । ଘର ନୂଆପଡ଼ା ଜିଲ୍ଲାରେ । ଛତିଶଗଡ଼ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓ ଇଲାକାର ହଳଦୀ ଗାଁର ଝିଅ ଯଶୋଦା । ତାଙ୍କୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା । ବାଲ୍ୟ ବିବାହ ବିରୋଧରେ ସ୍ୱର ଉଠାଇ ପ୍ରେରଣାର ଉତ୍ସ ପାଲଟିଛନ୍ତି । ନିଜ ଜିଲ୍ଲାରେ ୮୦ଟି ବାଲ୍ୟ ବିବାହକୁ ରୋକିଛନ୍ତି ଯଶୋଦା । ତାଙ୍କ ମତରେ, ବାହଘର ପିଲା ଖେଳ ନୁହେଁ । ୧୬ବର୍ଷ ବୟସରୁ ଏହି ମହତ କାମରେ ନିଜକୁ ନିୟୋଜିତ କରିଛନ୍ତି ।

ଯଶୋଦାଙ୍କ ବୟସର ପିଲାମାନେ ମୁଖ୍ୟତଃ ପାଠପଢ଼ା ସହ ମଉଜ ମଜଲିସରେ ଦିନ କାଟନ୍ତି । କିନ୍ତୁ ଯଶୋଦା ସମାଜସେବାରେ ନିଜକୁ ନିୟୋଜିତ କରିଥିଲେ । ବାଲ୍ୟ ବିବାହର କୁପରିଣାମ ବିଷୟରେ ସେ ଏକ ସ୍ୱେଚ୍ଛାସେବୀ ସଂଗଠନରୁ ଜାଣିବାକୁ ପାଇଥିଲେ । ତାରପଠୁ ଏଦିଗରେ ଜାରି ରଖିଛନ୍ତି ଉଦ୍ୟମ ।

Image Courtesy: The New Indian Express

ବାଲ୍ୟ ବିବାହ ବିରୋଧରେ ସଚେତନYashoda Pandeyତାର ବାର୍ତ୍ତା ବାହକ ସାଜିଛନ୍ତି ଯଶୋଦା । ଲୋକଙ୍କୁ ବୁଝାନ୍ତି, ସତେଚନ ବି କରୁଛନ୍ତି । ଏଭଳି କାମ କରି ଭାରି ଖୁସି ଅଛନ୍ତି ନୂଆପଡ଼ାର ଏହି ଝିଅ । ବିଶ୍ୱ ମହିଳା ଦିବସ ଅବସରରେ ଯଶୋଦା କହିଛନ୍ତି, ସମାଜରେ ଉଭୟ ପୁଅ ଓ ଝିଅଙ୍କୁ ସମାନ ଅଧିକାର ମିଳିବା କଥା । ଝିଅ ବି ପାଠ ପଢ଼ି ଦକ୍ଷ ହେବା ଉଚିତ ।

Leave A Reply

Your email address will not be published.