Latest Odisha News

BREAKING NEWS

ଏସୀୟ କ୍ରୀଡ଼ା: ମହିଳା ହକିରେ ୨୧ଟି ଗୋଲ ଦେଲା ଭାରତ !

ଜାକର୍ତ୍ତା : ହକି ଖେଳରେ ପୁରୁଷ ଦଳଠୁ କୌଣସି ଗୁଣରେ କମ୍ ନୁହଁନ୍ତି ଭାରତୀୟ ମହିଳା ଦଳ । ଆଜି ଏକ ମ୍ୟାଚରେ କାଜାକସ୍ଥାନକୁ ୨୧-୦ ଗୋଲରେ ଜିତି ଏକ ରେକର୍ଡ କରିଛି ଭାରତ ।

ଏହି ମ୍ୟାଚରେ ଭାରତ ପକ୍ଷରୁ ୪ ଜଣ ଖେଳାଳି ହ୍ୟାଟ୍ରିକ ଗୋଲ ଦେଇ ଦଳକୁ ବିଜୟୀ କରିଛନ୍ତି । ଏକ ଶକ୍ତିଶାଳୀ ଦଳ ଭାବେ ଆଜି ପଡ଼ିଆକୁ ଓହ୍ଲାଇଥିଲା ଭାରତୀୟ ମହିଳା ଦଳ । ଅପେକ୍ଷାକୃତ ଦୁର୍ବଳ ଦଳ ଭାବେ ଭାରତ ପ୍ରତିପକ୍ଷ ଦଳ ଉପରେ ଘନଘନ ଆକ୍ରମଣ କରିଥିଲେ ।

 

ଦଳ ପକ୍ଷରୁ ୧୦ ଜଣ ଖେଳାଳି ଗୋଲ୍ ସ୍କୋର କରିଥିଲେ । ନବନୀତ କୌର ୫ଟି, ଗୁରଜିତ କୌର ୪ଟି, ଲାଲରେମସିଆମି ୩ଟି ଓ ବନ୍ଦନା କାଟରିଆ ୩ଟି କରି ଗୋଲ ଦେଇ ହ୍ରାଟ୍ରିକ ଅର୍ଜନ କରିଥିଲେ ।

ଓଡ଼ିଆ ଖେଳାଳି ଦୀପ ଗ୍ରେସ ଏକ୍କା ଓ ଲିଲିମା ମିଞ୍ଜ ଗୋଟିଏ କରି ଗୋଲ ସ୍କୋର କରିଥିଲେ ।

Leave A Reply

Your email address will not be published.