Latest Odisha News

BREAKING NEWS

OIPL ଜମି ଜାଲିଆତି ମାମଲା: ବଢ଼ିଲା ପଣ୍ଡା ଦମ୍ପତିଙ୍କ ଅଡୁଆ

କଟକ: ଖୋର୍ଦ୍ଧା ଜିଲ୍ଲା ସାରୁଅର ଜମି ଜାଲିଆତି ମାମଲାରେ ଓଡ଼ିଶା ଇନଫ୍ରାଟେକ କରିଥିବା ଆବେଦନକୁ ଖାରଜ କଲେ ହାଇକୋର୍ଟ । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଶାଖା ପକ୍ଷରୁ ହୋଇଥିବା ମାମଲାକୁ ଚାଲେଞ୍ଜ କରି ଓଡ଼ିଶା ଇନଫ୍ରାଟେକ୍ ଓ ଅନ୍ୟମାନେ ମାମଲା ଦାୟର କରିଥିଲେ ।

ଘଟଣାର ତଦନ୍ତ ଚାଲିଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି ହାଇକୋର୍ଟଙ୍କ ଖଣ୍ଡପୀଠ । ଏହାସହ ପିଟିସନକୁ ଖାରଜ କରିଛନ୍ତି । ମାମଲାରେ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଆଦେଶ ଉଠାଇ ଦିଆଯାଇଛି । ଫଳରେ ଓଡ଼ିଶା ଇନଫ୍ରାଟେକର ପ୍ରମୋଟର ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡାଙ୍କ ପାଇଁ ବଢିଛି ଅଡୁଆ ।

ଏହି ମାମଲାରେ ପଣ୍ଡା ଦମ୍ପତିଙ୍କୁ ରାୟ ପ୍ରକାଶ ଯାଏ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଥିଲେ ହାଇକୋର୍ଟ । ଗତ ୧୩ ତାରିଖରେ ଜଷ୍ଟିସ ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ । ସାରୁଅରେ ଚଞ୍ଚକତା କରି ଓଡ଼ିଶା ଇନଫ୍ରାଟେକ ଅନୁସୂଚିତ ଜାତିର ଲୋକଙ୍କ ଜମିକୁ ହଡପ କରିଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ ମାମଲାର ତଦନ୍ତ କରୁଛି ।

Leave A Reply

Your email address will not be published.