Latest Odisha News

BREAKING NEWS

ନବରଙ୍ଗପୁରରେ ମୋବାଇଲ ଫାଟି ବାଳକ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଝରିଗାଁ ବଡ଼ପାଲିଆ ଗ୍ରାମରେ ମୋବାଇଲ ଫାଟି ଜଣେ ନାବାଳକ ଗୁରୁତର ଆହତ ହୋଇଛନ୍ତି।

ଆହତ ବାଳକଙ୍କ ନାମ ଲଛମନ ଭୁଞ୍ଜିଆ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଲଛମନ ମଙ୍ଗଳବାର ଦିନ ନିଜ ମୋବାଇଲ ଫୋନକୁ ସୋଲାର ତାର ସହ ସଂଯୋଗ କରି ଚାର୍ଜରେ ବସାଇଥିଲେ। ଚାର୍ଜରେ ବସାଇବାର କିଛି ସମୟ ପରେ ମୋବାଇଲଟି ହଠାତ୍ ଫାଟି ଯାଇଥିଲା। ଏହି ବିସ୍ଫୋରଣରେ ଲଛମନଙ୍କର ମୁହଁ ଓ ପେଟରେ ଆଘାତ ଲାଗିଥିବା ଜଣାପଡିଛି।

ତେବେ ଲଛମନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ନେଇ ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.