Latest Odisha News

ଆରମ୍ଭ ହେଲା ଝାରସୁଗୁଡାରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ

ଝାରସୁଗୁଡା : ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଏୟାର ଇଣ୍ଡିଆର ସବସିଡାରୀ ସଂସ୍ଥା ଆଲିଏନ୍ସ ଏୟାର ପକ୍ଷରୁ ବୁଧବାର ଦିନ ଝାରସୁଗୁଡ଼ା ବିମାନ ବନ୍ଦରରୁ ଭୁବନେଶ୍ୱର ଓ ରାୟପୁରକୁ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି।

ଏନେଇ ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ କୁମାର ଚୌହାନ ସୂଚନା ଦେଇଛନ୍ତି।

ସକାଳ ୯ଟା ୫୦ ମି.ରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆର୍ନ୍ତଜାତୀୟ ବିମାନ ବନ୍ଦରରୁ ବିମାନ ଉଡ଼ାଣ କରିବା ସହ ପାଖାପାଖି ଦିନ ୧୧ଟା ବେଳେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିଛି। ଏଥିସହିତ ଝାରସୁଗୁଡାରୁ ଅପରାହ୍ନ ୧୨ଟା ବେଳେ ବିମାନ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ପାଖାପାଖି ୧ଟା ୦୫ମି. ରେ ପହଞ୍ଚିବ ।

ସେହିପରି ଝାରସୁଗୁଡ଼ାରୁ ରାୟପୁରକୁ ଆଜି ଅପରାହ୍ଣ ୫ଟା ୧୫ରେ ବିମାନ ଉଡ଼ାଣ ଲାଗି ସମୟ ନିର୍ଦ୍ଧାରଣ କରିଛି ଆଲିଏନ୍ସ ଏୟାର ଲାଇନ୍।

ଆଲିଏନ୍ସ ଏୟାର ତରଫରୁ ଏଟିଆର୍-୭୨ ବିମାନ ଚଳାଚଳ କରିବ। ଏହି କମ୍ପାନୀ ହେଉଛି ଏୟାର ଇଣ୍ଡିଆର ସବସିଡାରୀ ସଂସ୍ଥା।

Leave A Reply

Your email address will not be published.