ନୂଆଦିଲ୍ଲୀ : ତିନି ଆଇପିଏସ୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଶୀଘ୍ର ଛାଡିବାକୁ ପଶ୍ଚିମବଙ୍ଗ ସରକାରଙ୍କୁ କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ ।
ଏହି ତିନି ଆଇପିଏସ୍ ଅଧିକାରୀ ହେଲେ ଭୋଳାନାଥ ପାଣ୍ଡେ ( ଡାଇମଣ୍ଡ ହାର୍ବର୍ର ପିଏସ୍ ) ପ୍ରବୀଣ ତ୍ରିପାଠୀ ( ପ୍ରେସିଡେନ୍ ରେଞ୍ଜ ଡିଆଇଜି ) ଓ ରାଜୀବ ମିଶ୍ର ( ଏଡିଜି, ସାଉଥ୍ ବେଙ୍ଗଲ )
ଡିସେମ୍ବର ୯ ଓ ୧୦ ତାରିଖରେ ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ଏହି ପୋଲିସ ଅଧିକାରୀ ନଡ୍ଡାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ । ନଡ୍ଡା ଡାଇମଣ୍ଡ ହାର୍ବର୍ ଯାଉଥିବା ବେଳେ ତାଙ୍କ ଉପରେ ଟେକା ପଥର ମାଡ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ବିବାଦ ତ୍ସଷ୍ଟି ହୋଇଥିଲା । ନଡ୍ଡାଙ୍କ କିଛି ହୋଇନଥିବା ବେଳେ ତାଙ୍କ ସାଙ୍ଗରେ ଯାଉଥିବା ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟ ଅନ୍ୟ କେତେକ ନେତା ଆହତ ହୋଇଥିବା ଅଭିଯୋଗ ହୋଇଥିଲା । କାରଗୁଡିକ ମଧ୍ୟ ଭାଙ୍ଗିରୁଜି ଯାଇଥିଲା ।
ତା ପରେ ଏହି ତିନି ବରିଷ୍ଠ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ କହିଥିଲେ । ଏହାକୁ କିନ୍ତୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ମମତା ବାନାର୍ଜୀ । ତା ପରେ ପୁଣି ଥରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପଶ୍ଚିମବଙ୍ଗ ସରକାରଙ୍କୁ ଏସଂପର୍କରେ ଚିଠି ଲେଖିଛି । ଏଥିରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଆଇପିଏସ୍ କ୍ୟାଡର ରୁଲ୍ ଅନୁସାରେ ଯଦି କିଛି ବିବାଦ ହୁଏ, ତେବେ କେନ୍ଦ୍ରର କଥା ରହିବ ।
କେନ୍ଦ୍ରର ନୂଆ ଆଭିମୁଖ୍ୟକୁ ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ଟ୍ୱିଟ୍ କରିଛନ୍ତି, ପଶ୍ଚିମବଙ୍ଗ ସରକାରଙ୍କ ଆପତ୍ତି ସତ୍ତ୍ୱେ ୩ ଆଇପିଏସ୍୍ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଇବାକୁ ମୋଦି ସରକାର ଅଡି ବସିବା ଆଇପିଏସ୍୍ କ୍ୟାଡର ରୁଲ୍ର ଏମର୍୍ଜେନ୍୍୍ସି ପ୍ରୋଭିଜନର ଖୋଲାଖୋଲି ଅପବ୍ୟବହାର । ଏହା ରାଜ୍ୟର ଅଧିକାର ଉପରେ କେନ୍ଦ୍ରର ଅନଧିକାର ହସ୍ତକ୍ଷେପ । ନିର୍ବାଚନ ପୂର୍ବରୁ ଏପରି ପଦକ୍ଷେପ ଦେଶର ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ । ଏହା ଅସାମ୍ବିଧାନିିକ ଓ ଆଦୌ ଗ୍ରହଣନୀୟ ନୁହେଁ । ରାଜ୍ୟର ଶାସନ ବ୍ୟବସ୍ଥାକୁ କା’ ଦ୍ୱାରା ନିୟନ୍ତ୍ରଣ କରିବାର ଏପରି ଅପଚେଷ୍ଟାକୁ ବିଲକୁଲ ହେବାକୁ ଦିଆଯିବ ନାହିଁ । ଅଗାଣତାନ୍ତ୍ରିକ ଓ ବିସ୍ତାରବାଦୀ ବଳ ଆଗରେ ପଶ୍ଚିମବଙ୍ଗ ନଇଁବ ନାହିଁ ବୋଲି ଖୋଲାଖୋଲି କହିଛନ୍ତି ମମତା ବାନାର୍ଜୀ ।
ନଡ୍ଡାଙ୍କ କାର୍ କେଡ୍ ଉପରେ ଆକ୍ରମଣ ପରେ ତାଙ୍କ ସୁରକ୍ଷା ଦାୟି୍ତ୍ୱରେ ଥିବା ୩ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନକୁ ଡକାଇଛନ୍ତି ମୋଦି ସରକାର । ଏହାକୁ ନେଇ ମମତା ବାନାର୍ଜୀ ସରକାର ଓ ମୋଦି ସରକାର ମଧ୍ୟରେ ଷ୍ଟି ହୋଇଛି ତୀବ୍ର ବିବାଦ ।
Comments are closed.