Latest Odisha News

BREAKING NEWS

ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି

ପଦ୍ମପୁର: ମିଳିଲା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପ୍ରତିଶ୍ରୁତି  । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଏହି ପ୍ରତିଶ୍ରୁତି ମିଳିଛି । ୨୦୨୩ ଡିସେମ୍ୱର ୩୧ତାରିଖ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ । ତେବେ ବିଜେଡି ନିଜର ଇସ୍ତାହାରରେ ଏହାକୁ ସ୍ଥାନିତ କରିବା । ତାପରେ ହିଁ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନରୁ ଓହରିବ  । ମୁଖ୍ୟମନ୍ତ୍ରୀଙ୍କସହିତ ଆଲୋଚନା ସଫଳ ବୋଲି କହିଛନ୍ତି କମିଟି ସଦସ୍ୟ ।

ପଦ୍ମପୁର ଉପନିର୍ବାଚନକୁ ନେଇ ସରଗରମ ରହିଛି ରାଜନୀତି । ସେପଟେ ଚାଷୀ ସମସ୍ୟାକୁ ପ୍ରସଙ୍ଗ କରିଛନ୍ତି ଦଳ । ସେତିକିରେ ସରିନି ପଦ୍ମପୁରବାସୀଙ୍କ ଦାବି । ପଦ୍ମପୁରକୁ ଜିଲ୍ଲା ଦାବିରେ ସକ୍ରିୟ ହୋଇଛି କ୍ରିୟାନୁଷ୍ଠାନ କମିଟି । ଜୋର ଧରିଛି ଜିଲ୍ଲା ଦାବି । ଆଜି ପଦ୍ମପୁରକୁ ଜିଲ୍ଲା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା କ୍ରିୟାନୁଷ୍ଠାନ କମିଟି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା । ତେଣେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜାରି ରହିଛି ।

Comments are closed.