Latest Odisha News

BREAKING NEWS

ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିଦେଲେ ଲେଡି ଚେୟାରମ୍ୟାନ, ଭିଡିଓ ଭାଇରାଲ

ଯାଜପୁର:ରାଗିଗଲେ ପୌରାଧ୍ୟକ୍ଷା ମାଡମ୍ । ଚାମ୍ବରକୁ ଡାକି  ପୌର ନିର୍ବାହୀ ଅଧିକାରୀଙ୍କୁ ମନ ଇଚ୍ଛା ଗାଳି ଦେଲେ । ସେତିକି ନୁହେଁ, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ ପୌରାଧ୍ୟକ୍ଷା। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ। ଏହି ଘଟଣାର ଭିଡିଓ ବେଶ ଭାଇରାଲ ହୋଇଛି ।

ସୂଚନା ମୁତାବକ, ଏକ ମୋବାଇଲ ଟାୱାର ବସାଇବା ଘଟଣାକୁ ନେଇ ପୌରାଧ୍ୟକ୍ଷା ଓ ପୌର ନିର୍ବାହୀ ଅଧିକାରୀ ମୁହାଁମୁହିଁ ହୋଇଥିଲେ ।  ବ୍ୟାସନଗର ପୌରାଞ୍ଚଳରେ ମୋବାଇଲ ଟାୱାର ବସାଇବା ପାଇଁ ନିର୍ବାହୀ ଅଧିକାରୀ  NOC ଦେଇଥିଲେ । ଏହାକୁ ନେଇ ପୌରାଧ୍ୟକ୍ଷା ରାଗି ଯାଇଥିଲେ ।

ଏହି ଘଟଣାକୁ ନେଇ ପୗରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀ ଅଶୋକ ରାଉତଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ଗତକାଲି ପୌରାଧ୍ୟକ୍ଷା ନିର୍ବାହୀ ଅଧିକାରୀଙ୍କୁ ନିଜ ଚାମ୍ବରକୁ ଡ଼ାକିଥିଲେ । ସେଠାରେ କେତେଜଣ କାଉନସିଲର ମଧ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ଥିଲେ । ସେମାନଙ୍କ ସମ୍ମୁଖରେ  ପୌରାଧ୍ୟଧକ୍ଷା ରାଗିଯାଇ ଏନଓସି କାହିଁକି ଦେଲ ବୋଲି ପଚାରିବା ସହ    ଗାଳିଗୁଲଜ କରିଥିଲେ ଏବଂ ଫାଇଲ୍କୁ ନିର୍ବାହୀ ଅଧିକାରୀଙ୍କ ଉପରକୁ ଫୋପାଡି ଦେଇଥିଲେ।

ସର୍ବସମ୍ମୁଖରେ ଏପରି ଅପଦସ୍ତ  ହେବା ପରେ ନିର୍ବାହୀ ଅଧିକାରୀ ସେଠାରୁ ଚାଲି ଯାଇଥିଲେ। ପୂର୍ବରୁ ମଧ୍ୟ ପୌରାଧ୍ୟକ୍ଷା   ନିର୍ବାହୀ ଅଧିକାରୀଙ୍କୁ ଅନେକଥର ଦୁର୍ବ୍ୟବହାର କରିଥିବା ନିଜେ ଅଶୋକ ରାଉତ ଅଭିଯୋଗ କରିଛନ୍ତି । ତେବେ ପୌରାଧ୍ୟକ୍ଷାଙ୍କ ଏପରି  ଦୁର୍ବ୍ୟବହାରକୁ ସବୁ ମହଲରେ ନିନ୍ଦା କରାଯାଉଛି। ସେପଟେ ଦିନରେ ଏହି ଘଟଣା ଘଟିଥିବା ବେଳେ ସନ୍ଧ୍ୟାରେ ନିର୍ବାହୀ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ମଧ୍ୟ ଜଣାପଡ଼ିଛି। ପୌରାଧ୍ୟକ୍ଷାଙ୍କ ଏପରି ଆଚରଣକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ନିର୍ବାହୀ ଅଧିକାରୀ।

 

Leave A Reply

Your email address will not be published.