Latest Odisha News

BREAKING NEWS

କେନ୍ଦ୍ରୀୟ ଡେପୁଟେସନରେ ଯିବେ ୩ ଆଇପିଏସ୍ ଅଧିକାରୀ

ଭୁବନେଶ୍ବର: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଉ ୩ ଜଣ ଆଇପିଏସ୍ ଅଧିକାରୀ । କିଛି ଦିନ ପୂର୍ବରୁ ଆଶିଷ ସିଂ ଓ ଡି.ଏସ୍ କୁଟ୍ଟେ ଡେପୁଟେସନରେ ଯାଇଥିବାବେଳେ, ବର୍ତ୍ତମାନ ଅସିତ ପାଣିଗ୍ରାହୀ, ଅମିତାଭ ଠାକୁର ଏବଂ ରାଜେଶ କୁମାର କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଏନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।

ଏନେଇ ଆଇପିଏସ୍ ଅସିତ କୁମାର ପାଣିଗ୍ରାହୀ, ଅମିତାଭ ଠାକୁର ଓ ରାଜେଶ କୁମାର ଅନ୍ୟ ଦୁଇଜଣ ଆଇପିଏସ୍ ମଧ୍ୟ ଡେପୁଟେସନରେ ଯାଇଛନ୍ତି । କିଛିଦିନ ପୂର୍ବରୁ ଦୁଇଜଣ ବିବାଦୀୟ ଆଇପିଏସ ଅଧିକାରୀ ଡି.ଏସ କୁଟ୍ଟେ ଏବଂ ଆଶିଷ ସିଂଙ୍କୁ ଡେପୁଟେସନରେ ପଠାଯାଇଛି । ଏହି ଦୁଇ ଆଇପିଏସଙ୍କୁ ଭିକେ ପାଣ୍ଡିଆନଙ୍କର ସହଯୋଗୀ ବୋଲି କୁହାଯାଉଥିଲା । ଗତ ସାଧାରଣ ନିର୍ବାଚନ ବେଳେ ବିଜେଡି ପାଇଁ କାମ କରୁଥିବାର ମଧ୍ୟ ପ୍ରମାଣ ମଳିଥିଲା । ଏହି ଦୁଇ ଆଇପିଏସଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।

ବିଏସଏଫ୍‌ ଆଇଜି ଭାବେ କୁଟ୍ଟେ ଡେପୁଟେଶନରେ ଯିବେ । ଏବେ ସେ ଗୃହ ବିଭାଗ ଓଏସଡି ଭାବେ ଦାୟିତ୍ୱରେ ଅଛନ୍ତି । ୨୦୨୮ରେ ଅବସର କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଏସଏଫ୍‌ ଆଇଜି ଭାବେ ଡି.ଏସ୍‌. କୁଟ୍ଟେ ଦାୟିତ୍ୱରେ ରହିବେ ବୋଲି ଜଣାପଡ଼ିଛି । ଶନିବାର ଆଶିଷ ସିଂ ଆଇଟିବିପି ଆଇଜି ଭାବେ ବଦଳି ହୋଇଥିଲେ ।

ସୂଚନାଯୋଗ୍ୟ, ଏହି ଦୁଇ ଆଇପିଏସ୍ ପୂର୍ବ ସରକାରରେ ବିବାଦରେ ରହିଥିଲେ । ଗତ ସାଧାରଣ ନିର୍ବାଚନ ବେଳେ ନିର୍ବାଚନ ଆୟୋଗ ଉଭୟ ଅଫିସରଙ୍କ ବିରୋଧରେ ବିଜେଡି ସପକ୍ଷରେ କାର୍ଯ୍ୟ କରୁଥିବାର ପ୍ରମାଣ ଦେଇ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏନେଇ ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡିଏସ୍‌ କୁଟ୍ଟେଙ୍କୁ ଗତ ଅଗଷ୍ଟ ୨୧ରେ ଓ ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଆଶିଷ ସିଂଙ୍କୁ ଗତ ଅଗଷ୍ଟ ୬ରେ କାରଣଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

Comments are closed.