Latest Odisha News

BREAKING NEWS

ଓ୍ୱେଷ୍ଟକୁ ଓ୍ୱେଲଥରେ ପରିଣତ କରିବାରେ ଯୁବଗୋଷ୍ଠୀ ସାମିଲ ହୁଅନ୍ତୁ

ନୂଆଦିଲ୍ଲୀ: ସହର ମାନଙ୍କରେ ପ୍ରଦୂଷଣର ଏକ ମୁଖ୍ୟ କାରକ ହେଉଛି ବର୍ଜ୍ୟବସ୍ତୁ । ଆମକୁ ଯୁବ ସମାଜ ଏବଂ ପ୍ରଯୁକ୍ତି ସହାୟତାରେ ବର୍ଜ୍ୟବସ୍ତୁକୁ ସମ୍ପଦରେ ପରିଣତ କରିବାକୁ ହେବ । ଏହା କହିଛନ୍ତି କେନ୍ଦ୍ର ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ । ସହରାଞ୍ଚଳ ପ୍ରଦୂଷଣର ବଡ କାରଣ ହେଉଛି ବର୍ଜ୍ୟ । ଆଧୁନିକ ଜ୍ଞାନକୌଶଳ, ସହରାଞ୍ଚଳ ବିକାଶ ଯୋଜନା ଦ୍ୱାରା ଓ୍ୱେଷ୍ଟକୁ ଓ୍ୱେଲଥ୍ ରେ ପରିଣତ କରିହେବ । ଏଥିପାଇଁ ଯୁବପିଢିକୁ ସାମିଲ କରିବାକୁ ହେବ ବୋଲି ସେ କହିଛନ୍ତି ।

୨୦୧୫ରେ ପ୍ୟାରିସ ୧୭୫ ଗିଗାଓ୍ୱାଟ୍ ରିନ୍ୟୁଏବଲ୍ ଇଲେକ୍ଟ୍ରିସିଟି ଉତ୍ପାଦନ ଲକ୍ଷ୍ୟ ଦେଇଥିଲା  ଭାରତକୁ ଓ ଭାରତ ଏଥିପାଇଁ ୨୦୩୦ ସମୟ ଧାର୍ଯ୍ୟ କରିଥିଲେ ବି ୨୦୨୧ରେ ସେହି ଲକ୍ଷ୍ୟ ହାସଲ କରିନେଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ । ଭାରତ ବର୍ଜ୍ୟ ପରିଚାଳନାରେ ଆଗୁଆ ରହିଥିବା ସେ କହିଛନ୍ତି ।

Leave A Reply

Your email address will not be published.