Latest Odisha News

BREAKING NEWS

ଆତ୍ମହତ୍ୟା କରିଥାନ୍ତେ କରନ ଜୋହର !

ମୁମ୍ବାଇ: ବିବାଦୀୟ କ୍ରିଟିକ୍ସ କେଆରକେ ଆଜି ଏକ ଚାଂଚଲ୍ୟକର ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ବ୍ରହ୍ମାସ୍ତ୍ର ଫିଲ୍ମ ସୁପରଫ୍ଲପ ହେବା ପରେ ଏହାର ପ୍ରଡ୍ୟୁସର କରନ ଜୋହର ଆତ୍ମହତ୍ୟା କରିବା ପାଇଁ ଚିନ୍ତା କରୁଥିଲେ । ମାତ୍ର ଠିକ ସମୟରେ ମୁକେଶ ଅମ୍ବାନୀ ତାଙ୍କୁ ୩୦୦ କୋଟି ଧାର ଦେବାରୁ ସେ ଆଶ୍ୱସ୍ତ ହୋଇଥିଲେ । ବ୍ରହ୍ମାସ୍ତ୍ର ପରେ କରନ ଦେବାଳିଆ ହୋଇ ଯାଇଥିଲା । ସେ କିନ୍ତୁ ଏହା ବାହାରେ ପ୍ରକାଶ କରି ନ ଥିଲେ । ଯଦି ସଫଳତାର ଡିଣ୍ଡିମ ସେ ପିଟନ୍ତି ତାହାହେଲେ ଏହି କଥା କାହିଁକି ସର୍ବସମ୍ମୁଖରେ ସ୍ୱୀକାର କରୁ ନାହାନ୍ତି । ପୂର୍ବରୁ ବ୍ରହ୍ମାସ୍ତ୍ରର କଲେକ୍ସନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

ହଲ ଖାଲିଥିଲେ ମଧ୍ୟ ଫିଲ୍ମ ଭଲ ବ୍ୟବସାୟ କରୁଛି ବୋଲି ମେକର୍ସଙ୍କ ପକ୍ଷରୁ ଦାବୀ କରାଯାଇଥିଲା । ଏପରିକି ଫିଲ୍ମ ୪୩୦ କୋଟି ଟଙ୍କା ୱାର୍ଲ୍ଡ ୱାଇଡ ଆୟ କରିଥିବା କୁହାଯାଉଛି । ଏହା ପରେ ଫିଲ୍ମର ଦ୍ୱିତୀୟ ଭାଗର ଶୁଟିଂ ନେଇ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା । ସୂଚନାଯୋଗ୍ୟ, କେଆରକେ ସର୍ବଦା ତାଙ୍କ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କର ଏହି ମନ୍ତବ୍ୟ କେତେ ଦୂର ସତ୍ୟ ତାହା ଆଗାମୀ ଦିନରେ ଜଣାପଡିବ । ଏ ନେଇ କରନଙ୍କ ପକ୍ଷରୁ କୌଣସି ବୟାନ ଜାରୀ କରାଯାଇ ନାହିଁ ।

Leave A Reply

Your email address will not be published.