Latest Odisha News

BREAKING NEWS

ଫିଫା ବିଶ୍ୱକପ: ଆଜିଠାରୁ ଆରମ୍ଭ ହେବ ନକଆଉଟ ପର୍ଯ୍ୟାୟ

ଦୋହା: ଫିଫା ବିଶ୍ୱକପର ପ୍ରକୃତ ରୋମାଂଚକ ଏବେ ଆରମ୍ଭ ହେବ । ଆଜିଠାରୁ (ଡିସେମ୍ବର ୩) ନକଆଉଟ ପର୍ଯ୍ୟାୟ ମୁକାବିଲାରେ ଅବତୀର୍ଣ୍ଣ ହେବେ ୧୬ଟିମ । ଏଥର ସମସ୍ତ ଟିମ ପାଇଁ ପରବର୍ତୀ ରାଉଣ୍ଡ ପାଇଁ ରହିବ ଏକମାତ୍ର ସୁଯୋଗ । ପ୍ରଥମ ପ୍ରି-କ୍ୱାର୍ଟର ମୁକାବିଲାରେ ଆମେରିକାକୁ ଭେଟିବ ନେଦରଲାଣ୍ଡ । ସେହିପରି ଦ୍ୱିତୀୟ ମୁକାବିଲାରେ ଅଷ୍ଟ୍ରେଲିଆ ଏବଂ ଆର୍ଜେଂଟିନା ମଧ୍ୟରେ ଖେଳାଯିବ । ଆମେରିକା କୋଚ ନେଦରଲାଣ୍ଡର ରଣନୀତିକୁ ଭଲ ଭାବେ ଜାଣିଥାନ୍ତି । ୨୮ ବର୍ଷ ପୂର୍ବେ ସେ ଏଠାରୁ ଫୁଟବଲ କ୍ୟାରିୟର ଆରମ୍ଭ କରିଥିଲେ । ଆମେରିକା ଟିମ ୨୦୦୨ ପରଠାରୁ ବିଶ୍ୱକପ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିପାରି ନାହିଁ । ଅପରପକ୍ଷରେ ନେଦରଲାଣ୍ଡ ୧୯୭୪,୭୮, ୨୦୧୦ରେ ରନର୍ସଅପ ହେବାର ଗୌରବ ଅର୍ଜନ କରିଛି । ୨୦୧୮ରେ ଦଳ କ୍ୱାଲିଫାଇ କରିପାରି ନ ଥିଲା । ୨୦ ବର୍ଷ ପରେ ଆମେରିକା ନିକଟରେ କ୍ୱାର୍ଟର ଫାଇନାଲ ପ୍ରବେଶ ସୁଯୋଗ ଥିବାରୁ ସେମାନେ ଏହାକୁ ହାତଛଡା କରିବା ପାଇଁ ଚାହିଁବେନି ।

ସେହିପରି ୧୫ ବର୍ଷ ପରେ ଅଷ୍ଟ୍ରେଲିଆ ଏବଂ ଆର୍ଜେଂଟିନା ବିଶ୍ୱକପରେ ମୁହାଁମୁହିଁ ହେବେ । ସାଉଦି ଆରବଠାରୁ ହାରିବା ପରେ ଆର୍ଜେଂଟିନା ଚମତ୍କାର ପ୍ରଦର୍ଶନ କରି ନକଆଉଟକୁ ଉନ୍ନୀତ ହୋଇଛି । ବିଶ୍ୱକପ ଜିତିବା ପାଇଁ ଲିଓନେଲ ମେସୀଙ୍କ ପାଇଁ ଏହା ଶେଷ ସୁଯୋଗ ଭାବେ ବିବେଚନା କରାଯାଉଛି । ଆର୍ଜେଂଟିନା ଓ ଅଷ୍ଟ୍ରେଲିଆ ୭ଥର ଆନ୍ତର୍ଜାତୀୟ ମୁକାବିଲାରେ ପରସ୍ପରକୁ ଭେଟିଛନ୍ତି । ଆର୍ଜେଂଟିନା ୫ଥର ଓ ଅଷ୍ଟ୍ରେଲିଆ ଥରେ ବିଜୟୀ ହୋଇଛନ୍ତି । ଗୋଟିଏ ମ୍ୟାଚ ଡ୍ର ରହିଛି । ଚଳିତ ବିଶ୍ୱକପରେ ଆଶ୍ଚର୍ଯ୍ୟଜନକ ଭାବେ ଜର୍ମାନୀ, ବେଲଜିୟମ ଓ ଡେନମାର୍କ ନକଆଉଟକୁ ଉନ୍ନୀତ ହୋଇପାରି ନାହାନ୍ତି ।

Leave A Reply

Your email address will not be published.