Latest Odisha News

BREAKING NEWS

ଭୁବନେଶ୍ୱରରୁ କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ବରମୁଣ୍ଡା ସ୍ଥିତ ହାଉସିଂବୋର୍ଡ କଲୋନୀରେ ଥିବା ଏକ ଘରୁ ରବିବାର ଦିନ ଜଣେ ଆସିଷ୍ଟାଣ୍ଟ କମିଶନର (କେନ୍ଦ୍ରୀୟ ଅବକାରୀ)ଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।

ମୃତକଙ୍କ ନାମ ଅର୍ଜୁନ କୁମାର ଧଳ ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନାନୁଯାୟୀ ସେ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ସମ୍ପୃକ୍ତ ଅଧିକାରୀ ଜଣକ ଗତ କିଛି ମାସ ହେବ ଅବସାଦରେ ରହୁଥିବା ବେଳେ ଆତ୍ମହତ୍ୟା ନେଇ କୌଣସି ସୁଇସାଇଡ ନୋଟ୍ ମିଳିନାହିଁ ।

ତେବେ ମୃତ୍ୟୁର କାରଣ ଏଯାବତ୍ ଜଣାପଡିନଥିବା ବେଳେ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Leave A Reply

Your email address will not be published.