ଡିଜିଟାଲ ଆରେଷ୍ଟ ଦୁର୍ନୀତି ବିରୋଧରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନ; ବ୍ଲକ୍ ହେବ ଏହି ଆକାଉଣ୍ଟ ଏବଂ ଡିଭାଇସ୍ ଆଇଡି
ନୂଆଦିଲ୍ଲୀ: ହ୍ୱାଟ୍ସଆପ୍ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଡିଜିଟାଲ ଆରେଷ୍ଟ ପାଇଁ ବ୍ୟବହୃତ ଡିଭାଇସ୍ ଆଇଡିଗୁଡ଼ିକୁ ବ୍ଲକ୍ କରିବାକୁ ହ୍ୱାଟ୍ସଆପକୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହାର ସାଇବର ଶାଖା, ଇଣ୍ଡିଆନ୍ ସାଇବର କ୍ରାଇମ୍ କୋଅର୍ଡିନେସନ୍ ସେଣ୍ଟରର ଏକ ରିପୋର୍ଟ ଆଧାରରେ ଏହି ନିଷ୍ପତ୍ତି ନେଇଛି ।
ସରକାରଙ୍କ ନିର୍ଦ୍ଦେଶ ପରେ, ହ୍ୱାଟ୍ସଆପ ଭଳି ପ୍ଲାଟଫର୍ମଗୁଡ଼ିକ ଏବେ Skype ଭଳି ସୁରକ୍ଷା ଫିଚର କାର୍ଯ୍ୟକାରୀ କରିବା ବିଷୟରେ ବିଚାର କରୁଛନ୍ତି । ଆଇଟି ନିୟମ ୨୦୨୧ ଅନୁଯାୟୀ ତଦନ୍ତକାରୀ ଏଜେନ୍ସିଗୁଡ଼ିକୁ ତଦନ୍ତରେ ସହାୟତା କରିବା ପାଇଁ ୧୮୦ ଦିନ ପାଇଁ ଡିଲିଟ୍ କରାଯାଇଥିବା ଆକାଉଣ୍ଟ ତଥ୍ୟ ସଂରକ୍ଷଣ କରିବାକୁ ବାଧ୍ୟତାମୂଳକ କରାଯାଇପାରେ । ବିପଦପୂର୍ଣ୍ଣ ଏପିକେ ଏବଂ ନକଲି ଆପ୍ ଚିହ୍ନଟ ଏବଂ ଅବରୋଧ କରିବା ପାଇଁ ମଧ୍ୟ ଯୋଜନା ରହିଛି ।
ହ୍ୱାଟ୍ସଆପ ଏକ ଲୋକପ୍ରିୟ ମେସେଜିଂ ଆପ୍ । ଯାହାକୁ କୋଟି କୋଟି ଲୋକ ୟୁଜ କରୁଛନ୍ତି । ଏହି ଲୋକପ୍ରିୟତାର ଫାଇଦା ଉଠାଇ ସାଇବର ସ୍କାମର ମାନେ ହ୍ୱାଟ୍ସଆପ୍ ଆଇଡି ତିଆରି କରନ୍ତି, ଏବଂ ନିରୀହ ଲୋକଙ୍କ ଟାର୍ଗେଟ କରନ୍ତି । ସରକାର ସାଇବର ଅପରାଧୀଙ୍କ ଦ୍ୱାରା ବ୍ୟବହୃତ ଆଇଡିଗୁଡିକୁ ବ୍ଲକ କରିବାକୁ ଚାହୁଁଛନ୍ତି ।