ନୂଆଦିଲ୍ଲୀ: ପଦାକୁ ବାହାରୁ ଥିବା ସୁସ୍ଥ ବ୍ୟକ୍ତିମାନେ ଘରେ ତିଆରି କରି ମାସ୍କ ପିନ୍ଧନ୍ତୁ । ଏନେଇ ଆଜି କେନ୍ଦ୍ର ସରକାର କହିଛନ୍ତି । ମହାମାରୀ କରୋନା ଭାଇରସର ମୁକାବିଲା ଓ ସାମାଜିକ ସୁରକ୍ଷା ନିମନ୍ତେ ବାହାରକୁ ବାହାରୁଥିବା ସୁସ୍ଥ ବ୍ୟକ୍ତିମାନେ ଘର ତିଆରି ଫେସ୍ ମାସ୍କ ପିନ୍ଧନ୍ତୁ ବୋଲି କୁହାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡ ଲାଇନ୍ ଜାରି ହୋଇଛି ।
ଏଥିରେ କୁହାଯାଇଛି ଯେ, ସୁସ୍ଥ ବ୍ୟକ୍ତିମାନେ ଘର ତିଆରି ମାସ୍କ ପିନ୍ଧି ପାରିବେ । କିନ୍ତୁ ଏହା ସ୍ୱାସ୍ଥ୍ୟକର୍ମୀ, କରୋନା ଆକ୍ରାନ୍ତ ଓ ସେମାନଙ୍କ ସହ କାମ କରୁଥିବା ତଥା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ ।
ଏଥିସହ ଯଦି ଜଣେ ବ୍ୟକ୍ତି ଘର ତିଆରି ମାସ୍କକୁ ବ୍ୟବହାର କରିଛନ୍ତି ତେବେ ତାହାକୁ ଅନ୍ୟ ଜଣେ ବ୍ୟବହାର କରନ୍ତୁ ନାହିଁ । ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ନିଜ ପାଖରେ ୨ଟି ଲେଖାଏଁ ମାସ୍କ ରଖନ୍ତୁ । ପ୍ରତିଦିନ ସେହି ମାସ୍କକୁ ବ୍ୟବହାର କରି ସାରିବା ପରେ ଗରମପାଣି ଓ ସାବୁନରେ ସଫା କରନ୍ତୁ । ମୁହଁରେ ମାସ୍କ ବାନ୍ଧିବା ପୂର୍ବରୁ ଭଲଭାବେ ହାତକୁ ୨୦ ସେକେଣ୍ଡ ଯାଏଁ ଧୋଇବା ଉଚିତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
BREAKING NEWS
- ମଧ୍ୟପ୍ରାଚ୍ୟରେ ୮ ଭାରତୀୟଙ୍କ ମୃତ୍ୟୁ, ଜଣେ ନିଖୋଜ: ଫେରିଲା ୫୫ ଲକ୍ଷ
- ଗ୍ୟାସ ସିଲିଣ୍ଡର୍ କଳାବଜାରୀ ରୋକିବାକୁ ପ୍ରଶାସନ ପକ୍ଷରୁ ଚଢ଼ାଉ
- ସରକାରଙ୍କ ବଡ଼ ଆଶ୍ୱାସନା: ଆହାର କେନ୍ଦ୍ରକୁ ଜାରି ରହିବ ଗ୍ୟାସ୍ ଯୋଗାଣ
- ଗୋରୁ ଗାଡ଼ି ଅଟକାଇବା ବେଳେ ଗଲା ଗୋରକ୍ଷକଙ୍କ ଜୀବନ
- କୁଏତ ତେଲ ଟ୍ୟାଙ୍କର ଉପରେ ଇରାନର ଆକ୍ରମଣ
- ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରକଳ୍ପ ଅଟକଳ ବଢାଇବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
- Aahar scheme:‘ଆହାର’ ଯୋଜନାକୁ ବାଧାହୀନ ଭାବେ ଚାଲୁ ରଖିବା ପାଇଁ ନିଆଗଲା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
- Supply of essential goods: ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ୨୪ ଘଣ୍ଟିଆ ସଜାଗ ରହନ୍ତୁ,ଜିଲ୍ଲାପାଳମାନେ ମାର୍କେଟ ସ୍ଥିତି ଅନୁଧ୍ୟାନ କରନ୍ତୁ: ମୁଖ୍ୟମନ୍ତ୍ରୀ
- ଯଶସ୍ୱୀ, ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ରାଜସ୍ଥାନ ନିକଟରୁ ଶୋଚନୀୟ ଭାବେ ହାରିଲା ଚେନ୍ନାଇ
- BJP: ପଦ୍ମ ଧରିଲେ କେନ୍ଦୁଝରଗଡ଼ ପୌର ଉପାଧ୍ୟକ୍ଷଙ୍କ ସହ ୮ କାଉନସିଲର
Comments are closed.