ନୂଆଦିଲ୍ଲୀ: ପଦାକୁ ବାହାରୁ ଥିବା ସୁସ୍ଥ ବ୍ୟକ୍ତିମାନେ ଘରେ ତିଆରି କରି ମାସ୍କ ପିନ୍ଧନ୍ତୁ । ଏନେଇ ଆଜି କେନ୍ଦ୍ର ସରକାର କହିଛନ୍ତି । ମହାମାରୀ କରୋନା ଭାଇରସର ମୁକାବିଲା ଓ ସାମାଜିକ ସୁରକ୍ଷା ନିମନ୍ତେ ବାହାରକୁ ବାହାରୁଥିବା ସୁସ୍ଥ ବ୍ୟକ୍ତିମାନେ ଘର ତିଆରି ଫେସ୍ ମାସ୍କ ପିନ୍ଧନ୍ତୁ ବୋଲି କୁହାଯାଇଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗାଇଡ ଲାଇନ୍ ଜାରି ହୋଇଛି ।
ଏଥିରେ କୁହାଯାଇଛି ଯେ, ସୁସ୍ଥ ବ୍ୟକ୍ତିମାନେ ଘର ତିଆରି ମାସ୍କ ପିନ୍ଧି ପାରିବେ । କିନ୍ତୁ ଏହା ସ୍ୱାସ୍ଥ୍ୟକର୍ମୀ, କରୋନା ଆକ୍ରାନ୍ତ ଓ ସେମାନଙ୍କ ସହ କାମ କରୁଥିବା ତଥା ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଉଦ୍ଧିଷ୍ଟ ନୁହେଁ ।
ଏଥିସହ ଯଦି ଜଣେ ବ୍ୟକ୍ତି ଘର ତିଆରି ମାସ୍କକୁ ବ୍ୟବହାର କରିଛନ୍ତି ତେବେ ତାହାକୁ ଅନ୍ୟ ଜଣେ ବ୍ୟବହାର କରନ୍ତୁ ନାହିଁ । ପ୍ରତ୍ୟେକ ସୁସ୍ଥ ବ୍ୟକ୍ତି ନିଜ ପାଖରେ ୨ଟି ଲେଖାଏଁ ମାସ୍କ ରଖନ୍ତୁ । ପ୍ରତିଦିନ ସେହି ମାସ୍କକୁ ବ୍ୟବହାର କରି ସାରିବା ପରେ ଗରମପାଣି ଓ ସାବୁନରେ ସଫା କରନ୍ତୁ । ମୁହଁରେ ମାସ୍କ ବାନ୍ଧିବା ପୂର୍ବରୁ ଭଲଭାବେ ହାତକୁ ୨୦ ସେକେଣ୍ଡ ଯାଏଁ ଧୋଇବା ଉଚିତ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ।
BREAKING NEWS
- Dog Viral Video Bijnor: ନଖାଇ ନପିଇ ଭଗବାନଙ୍କ ପରିକ୍ରମା କରୁଛି କୁକୁର, ପୂଜିଲେ ଲୋକେ…ଭାଇରାଲ ହେଉଛି ଭିଡ଼ିଓ…
- ବେଆଇନ ଖାଦାନରୁ ମୋରମ ଖୋଳିବା ବେଳେ ପଥର ପଡି ୨ ଶ୍ରମିକ ମୃତ
- Raja Rani Sangeet Utsav: ଆଜିଠାରୁ ରାଜାରାଣୀ ସଂଗୀତ ଉତ୍ସବ, ମନ ମୋହିବ ଶାସ୍ତ୍ରୀୟ ସଂଗୀତ ଓ ବାଦ୍ୟ ପରିବେଷଣ
- ବିଜେପି ଜାତୀୟ ସଭାପତି ପାଇଁ ନିର୍ବାଚନ ତାରିଖ ଘୋଷଣା…
- ଦଳ ବିରୋଧୀ କାର୍ଯ୍ୟକଳାପ; ବିଜେଡିରୁ ଗଣେଶ୍ୱର ବରାଳ ନିଲମ୍ବିତ
- ଖଣ୍ଡଗିରୀ ମେଳାରେ ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦିଆଯିବନି, ସନାତନୀ ସଂସ୍କୃତି ନୀତିରେ ଯଜ୍ଞ ହେବ
- Honey Singh Apologises: ଭୁଲ୍ ମାଗିଲେ ହନି ସିଂହ
- ଫିଲ୍ମ ଫ୍ଲପ ହେବା ପରେ ୧୫ କୋଟି ଟଙ୍କା ଫେରାଇଲେ କାର୍ତିକ ଆର୍ଯ୍ୟନ
- ୧ ହଜାର ଷଣ୍ଢଙ୍କୁ ନେଇ ଆରମ୍ଭ ବିବାଦୀୟ ଜଲ୍ଲିକଟ୍ଟୁ…
- India Vs Iran: ଭାରତ ନା ଇରାନ ? ସ୍ୱାଦ, ରଙ୍ଗ ଏବଂ ସୁଗନ୍ଧ ଦୃଷ୍ଟିରୁ କେଉଁ ଦେଶର କେସର ୧ ନମ୍ବର…
Comments are closed.