ଅନୁଗୋଳ:ଅନୁଗୋଳରେ ସେଣ୍ଟ୍ରାଲ ଜିଏସଟି ଚଢଉ । ଅନୁଗୋଳ ତୁରଙ୍ଗ ସ୍ଥିତ ଏକ ଟାଇଲସ ଓ ମାର୍ବଲ ଦୋକାନରେ ସେଣ୍ଟ୍ରାଲ ଜିଏସଟି ଚଢଉ ହୋଇଛି । ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ ଜିଏସଟିର ୮ ଜଣିଆ ଟିମର ଚଢ଼ାଉ ଜାରି ରହିଛି ।
ବିକାଶ ବାଗଡ଼ି ନାମକ ଏହି ଶୋ ରୁମର ମାଲିକଙ୍କର ଜଣେ ସମ୍ପର୍କୀୟ ଭୁବନେଶ୍ୱରରେ ଏକ ଶୋ ରୁମ ଖୋଲିଛନ୍ତି । ସେଠାରେ GST ଠକେଇ ହୋଇଥିବା ଜାଣିବା ପରେ ବିଭାଗ ପକ୍ଷରୁ ଅନୁଗୋଳର ଏହି ଶୋ ରୁମରେ ମଧ୍ୟ ଚଢ଼ାଉ କରା ଯାଉଛି ।
ତେବେ ଜିଏସଟି ଠକେଇ କିଛି ଅଭିଯୋଗ ହୋଇଥିଲା କି ନାହିଁ ଜଣାପଡିନି । ବିଭାଗୀୟ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଏହି ଚଢ଼ାଉ କରା ଯାଉଥିବା ଆଡ଼ିସିନାଲ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଓମ ପ୍ରକାଶ ନାୟକ କହିଛନ୍ତି ।
ତେବେ ଚଢଉରେ କ’ଣ ତଥ୍ୟ ମିଳିଛି ସେ ନେଇ ସୂଚନା ମିଳିନାହିଁ । ଚଢଉ ଶେଷ ହେବା ପରେ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ଆସିଷ୍ଟାଣ୍ଟ ଡ଼ାଇରେକ୍ଟର କହିଛନ୍ତି ।
Comments are closed.