Latest Odisha News

BREAKING NEWS

ବିଜେପିରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଓଡ଼ିଶା ଗସ୍ତ, ପାଣ୍ଡିଆନ୍ କହିଲେ ବିଜେଡି ସହଜରେ ହାସଲ କରିବ ସଂଖ୍ୟା ଗରିଷ୍ଠତା

ଭୁବନେଶ୍ୱର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ରାଜ୍ୟ ବିଜେପିର ଜୋଶ ବଢ଼ାଇଛି। ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ବିଜେପି ୭୫ ବିଧାନସଭା ଆସନ ଜତିବ ସେହିପରି ୧୫ଟି ଲୋକସଭା ଆସନ ଜିତିବ। ଏହାରି ଭିତରେ ଗତକାଲି ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳୀୟ ନେତୃତ୍ବଙ୍କ ସହ ଆଲୋଚନା କରିଛନ୍ତି। ଏବଂ ଶେଷ ପର୍ଯ୍ୟାୟରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ସେ ବାବଦରେ ଆଲୋଚନା କରିଛନ୍ତି।

ଏହାରି ଭିତରେ ଆଜି ସକାଳେ ବିଜେଡି ନେତା ଭି.କେ ପାଣ୍ଡିଆନ୍ କହିଛନ୍ତି, ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ମହାପ୍ରଭୁ ଜଗନ୍ନାଥ ଓ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ସରକାର ଗଠନ କରିବାରେ ସକ୍ଷମ ହେବ। ଚତୁର୍ଥ ରାଉଣ୍ଡ ନିର୍ବାଚନ ବ୍ୟବଧାନରେ ବଡ ବ୍ୟବଧାନ ଆଣିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ବିଜେପି ନେତାଙ୍କ ବିଧାନସଭାରେ ୩୦ଟି ଆସନ ଜିତିବାକୁ ଲକ୍ଷ୍ୟ ରଖିଛନ୍ତି।

ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ ବିଜେଡି ଓ ନବୀନଙ୍କ ରଣନୀତି ଯୋଗୁଁ ରାଜ୍ୟରେ ବିଜେପି ନେତାମାନେ ନିଜ ନିର୍ବାଚନ ମଣ୍ଡଳୀରେ ସୀମିତ ଅଛନ୍ତି। ସେମାନେ ନିଜ ନିର୍ବାଚନ ମଣ୍ଡଳୀରୁ ବାହାରି ପାରୁ ନ ଥିବାରୁ ଦଳର ରାଷ୍ଟ୍ରୀୟ ନେତାମାନେ ସେମାନଙ୍କ ପାଇଁ ପ୍ରଚାର କରୁଛନ୍ତି।

ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଗୁଲଜ କରି ସେମାନେ କେବଳ ବିଜେଡିକୁ ନିଜର ଭୋଟ ପ୍ରତିଶତ ବଢ଼ାଇବାରେ ସାହାଯ୍ୟ କରୁଛନ୍ତି। ଆମେ ପରିପକ୍ବ ଗଣତନ୍ତ୍ରରେ ବିଶ୍ବାସ କରୁ, କେଉଁଠି ଗାର ଟାଣିବାକୁ ହେବ ତାହା ଜାଣିବା ଦରକାର। କେବଳ ଭୋଟ୍ ପାଇଁ ନବୀନ ବାବୁଙ୍କ ଭଳି ନେତାଙ୍କୁ ଅପମାନିତ କରିପାରିବେ ନାହିଁ। ଇତିହାସ ସେମାନଙ୍କୁ କ୍ଷମା କରିବ ନାହିଁ। ଓଡ଼ିଶାବାସୀ ମଧ୍ୟ ସେମାନଙ୍କୁ କ୍ଷମା କରିବେ ନାହିଁ ଏବଂ ଜୁନ୍ ୪ରେ ଫଳାଫଳ ଦେଖିବୁ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନବୀନଙ୍କ ବିରୋଧରେ ଲଗାତର ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା କହିଛନ୍ତି ଯେ ସେ ରାଜ୍ୟରେ ଅତିଥି ହୋଇଥିବାରୁ ତାଙ୍କ ମନ୍ତବ୍ୟ ଉପରେ ମନ୍ତବ୍ୟ ଦେବାକୁ ସେ ଚାହିଁବେ ନାହିଁ।

ଆସନ୍ତା ୫-୧୦ ବର୍ଷ ମଧ୍ୟରେ ଆସାମ ଯେପରି ଓଡ଼ିଶାର ସ୍ତରରେ ପହଞ୍ଚିବ ସେଥିପାଇଁ ସେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିବାକୁ ପରାମର୍ଶ ଦେବି। ୨୪ ବର୍ଷ ପରେ ବି ମୁଖ୍ୟମନ୍ତ୍ରୀ କେମିତି ଏତେ ଶକ୍ତିଶାଳୀ ତାହା ମଧ୍ୟ ସେ ଜାଣିବା ଦରକାର ବୋଲି ପାଣ୍ଡିଆନ୍ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଯଦିଓ ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ୍ ପଡ଼ିବ। ଏହାରି ଭିତରେ କିନ୍ତୁ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ। ସେ କୁଜଙ୍ଗ, ରେମୁଣା ସମେତ ଆଳିରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୨୯ ତାରିଖରେ ମୋଦୀ ବାଲେଶ୍ବର ଏବଂ କେନ୍ଦ୍ରାପଡାରେ ପ୍ରଚାର କରିବାକୁ ଆସିବାର ଯୋଜନା ରହିଛି।

Leave A Reply

Your email address will not be published.