Latest Odisha News

ଗ୍ରୀଷ୍ମ ଋତୁରେ ଖାଆନ୍ତୁ ଏହି ଫଳ କମିଯିବ କୋଲେଷ୍ଟ୍ରଲ

କୋଲେଷ୍ଟ୍ରଲ ଆମ ହୃଦୟର ସ୍ୱାସ୍ଥ୍ୟ ବଜାୟ ରଖିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଆଜିକାଲିର ପ୍ରଭାବିତ ଜୀବନଶୈଳୀ ସହ ଏହା ବର୍ତ୍ତମାନର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ସମସ୍ୟାରେ ପରିଣତ କରିଛି। କୋଲେଷ୍ଟ୍ରଲ ଦ୍ୱାରା କେବଳ ବୟସ୍କମାନେ ପୀଡିତ ହେଉ ନାହାନ୍ତି ଯୁବକମାନେ ମଧ୍ୟ ଅନେକ ପରିମାଣରେ ପୀଡ଼ିତ ହେଉଛନ୍ତି । କୋଲେଷ୍ଟ୍ରଲ ଶରୀରରେ ବଢିବା ଦ୍ୱାରା ସର୍ବ ପ୍ରଥମେ ଏହାର ପ୍ରଭାବ ହୃତପିଣ୍ଡ ଉପରେ ପଡ଼ିଥାଏ । କୋଲେଷ୍ଟ୍ରଲ ଦୁଇ ପ୍ରକାରର ରହିଥାଏ । ଗୋଟିଏ ହେଲା ଗୁଡ଼ କୋଲେଷ୍ଟ୍ରଲ ଓ ଅନ୍ୟଟି ହେଲା ବ୍ୟାଡ଼ କୋଲେଷ୍ଟ୍ରଲ । ଗୁଡ଼ କୋଲେଷ୍ଟ୍ରଲ ଆମର ପାଚନ କ୍ରିୟାକୁ ସୁଚାରୁ ରୂପେ ପରିଚାଳିତ କରିଥାଏ ଓ ଶରୀରରେ ହର୍ମୋନର ଉତ୍ପାଦନ କରାଇ ଥାଏ । ବ୍ୟାଡ଼ କୋଲେଷ୍ଟ୍ରଲ ଧମନୀ ଗୁଡିକ ପ୍ରତି ବିପଦ ଆଣିଥାଏ ଓ ଶରୀରରେ ରକ୍ତ ସଂଚାଳନ ଠିକ ଭାବରେ ହୋଇ ପାରି ନଥାଏ । ତେବେ ଗ୍ରୀଷ୍ମଋତୁରେ ଜାଣିବା ବ୍ୟାଡ଼ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରୁଥିବା କିଛି ଫଳ ବିଷୟରେ ଜାଣିବା ।

 

ଅଙ୍ଗୁର :

ଗ୍ରୀଷ୍ମ ଋତୁରେ ଏହି ଫଳଟି ଖୁବ ସହଜରେ ମିଳି ଯାଇଥାଏ । ଅଙ୍ଗୁର ରସାଳ ହେବା ସହିତ ତନ୍ତୁଯୁକ୍ତ ଅଟେ ।୧୦୦ ଗ୍ରାମ ଅଙ୍ଗୁର କୋଲେଷ୍ଟ୍ରଲ ହ୍ରାସ କରିବା ସହିତ ଓଜନ ମଧ୍ୟ ନିୟନ୍ତ୍ରିତ କରେ ।

 

ନାରଙ୍ଗୀ / କମଳା

ଗ୍ରୀଷ୍ମ ଋତୁରେ ଏହି ଫଳ ଖୁବ ସହଜରେ ମିଳି ଯାଇଥାଏ ।ଏଥିରେ ଭିଟାମିନ ସିର ମାତ୍ରା ଭରପୁର ପରିମାଣରେ ଥାଏ ଯାହାକି ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସହିତ କୋଲେଷ୍ଟ୍ରଲ ନିୟନ୍ତ୍ରିତ କରିବାର ମୁଖ୍ୟ ଭୂମିକା ଗ୍ରହଣ କରେ ।

 

ସେଓ :

ସେଓ ଗୋଟିଏ ଏପରି ଫଳ ଯାହାକୁ ନିହାତି ଖାଇବା ଆବଶ୍ୟକ । ସେଓ କେବଳ ଖରାପ କୋଲେଷ୍ଟ୍ରଲକୁ କମାଇ ନଥାଏ ଶରୀରରେ ଜମି ରହିଥିବା ବିଷାକ୍ତ ପଦାର୍ଥକୁ ମଧ୍ୟ ବାହାର କରି ଦେଇଥାଏ ।

 

ଷ୍ଟ୍ରବେରୀ :

ଷ୍ଟ୍ରବେରି କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରିତ କରିବାରେ ସବୁଠୁ ଭଲ ସ୍ରୋତ ଅଟେ ।ଏହା ଆଣ୍ଟି ଅକ୍ସିଡେଣ୍ଟ ଓ ଭିଟାମିନର ଗୋଟିଏ ଭଲ ସ୍ରୋତ ଅଟେ ।

 

ଅମୃତଭଣ୍ଡା :

ପାଚିଲା ଅମୃତଭଣ୍ଡା ଗରମ ଦିନରେ ଖୁବ ସହଜରେ ମିଳି ଯାଇଥାଏ । ଫାଇବରରେ ଭରପୁର ଅମୃତଭଣ୍ଡା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । କୋଲେଷ୍ଟ୍ରଲ ରୋଗୀ ମାନଙ୍କ ପାଇଁ ଏହା ଗୋଟିଏ ଭଲ ସ୍ରୋତ ଅଟେ।

 

 

Leave A Reply

Your email address will not be published.