Latest Odisha News

ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ଓଡ଼ିଶାରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଥିଲା କେନ୍ଦ୍ରୀୟ ଟିମ୍ । ଏମାନଙ୍କ ଭିତରେ ଅଛନ୍ତି କୋଲକାତାର ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଶିବାନୀ ଦତ୍ତ ଓ ଭୁବନେଶ୍ୱର ଏମ୍ସର ପ୍ରଫେସର ପ୍ରଶାନ୍ତ ମହାପାତ୍ର । ଡାକ୍ତର ଶିବାନୀ ଦତ୍ତ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଏହି ଟିମ୍ ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସହ କୋଭିଡ୍ ସ୍ଥିତି ବାବଦରେ ଆଲୋଚନା କରିବେ । କେନ୍ଦ୍ରୀୟ ଟିମକୁ ବିସ୍ତୃତ ରିପୋର୍ଟ ଦେବେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ରାଜ୍ୟ ସରକାରଙ୍କ ସହ ଆଲୋଚନା ରରେ କେନ୍ଦ୍ରୀୟ ଟିମ୍ କ୍ଷେତ୍ର ପରିଦର୍ଶନରେ ଯିବା କାର୍ୟ୍ୟକ୍ରମ ରହିଛି । ଅଧିକ ସଂକ୍ରମିତ ଜିଲ୍ଲା ଗସ୍ତ କରିପାରନ୍ତି କେନ୍ଦ୍ରୀୟ ଟିମ୍ । କାହିଁକି କରୋନା କେସ୍ ବଢୁଛି ଓ ଅଧିକ ସଂକ୍ରମଣ ହାର ଥିବା ଜିଲ୍ଲାରେ କଣ କଲେ ମୁକାବିଲା କରାଯିବ ସେନେଇ ପରାମର୍ଶ ଦେବ ଟିମ୍ । ପରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।

ସଂକ୍ରମଣ ହାର ଅଧିକ ଥିବା ୬ଟି ରାଜ୍ୟ ପାଇଁ କେନ୍ଦ୍ରୀୟ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । ଓଡ଼ିଶାରେ ବର୍ତ୍ତମାନ କୋଭିଡ୍ ସ୍ଥିତି ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨-୩ ହଜାର ଭିତରେ ରହୁଛି । ପାଖାପାଖି ୧୦ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେରୁ ଅଧିକ ରହୁଛି । କିନ୍ତୁ ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । କିନ୍ତୁ ପଜିଟିଭ୍ ହାର କ୍ରମାଗତ ଖସି ଏବେ ୪ ପ୍ରତିଶତ ତଳେ ରହିଛି ।

Leave A Reply

Your email address will not be published.